ବଲାଙ୍ଗୀର ଯୁବକର ଉନ୍ମତକାଣ୍ଡ ପରେ ପୁଲିସର ପଚରାଉଚରା : ଯୁବକଙ୍କ ହାତରେ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଉଠିଲା ବଡ ପ୍ରଶ୍ନ

241

କନକ ବ୍ୟୁରୋ : ବଲାଙ୍ଗୀରରେ ପ୍ରେମ ପାଇଁ ପାଗଳ ହୋଇ ଉନ୍ମତକାଣ୍ଡ କରିଥିବା ଯୁବକଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ । ଗତକାଲି ଏହି ଯୁବକ ବିକ୍ରମ ପଣ୍ଡା ହାତରେ ବନ୍ଧୁକ ଧରି, ଯୁବତୀଙ୍କ ମାମୁଁ ଘରେ ପଶିଯାଇଥିଲା । ତେବେ ଯୁବକଙ୍କ ହାତରେ ବନ୍ଧୁକ କେମିତି ଆସିଲା ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । ଗତକାଲି ବିକ୍ରମ ପଣ୍ଡା ହାତରେ ବନ୍ଧୁକ ଧରି, ଯୁବତୀଙ୍କ ମାମୁଁ ଘରେ ପଶିଯାଇଥିଲା । ମୁଣ୍ଡରେ ବନ୍ଧୁକ ରଖି ମାମୁଁଘର ସଦସ୍ୟଙ୍କୁ ବାଧ୍ୟ କରିଥିଲା ଯେ ସେମାନେ ସେହି ଯୁବତୀଙ୍କୁ ଡକାନ୍ତୁ ।

ତା ହାତରେ ବନ୍ଧୁକ ଦେଖି ପୁରା ପରିବାର ଡରିଯାଇଥିଲା । ପରେ ପୁଲିସ ଜଣକ ପରେ ଜଣେ ପରିବାର ସଦସ୍ୟଙ୍କୁ ଧିରେ ଧିରେ ଉଦ୍ଧାର କରାଗଲା । ପ୍ରାୟ ସାଢେ ୬ ଘଂଟାର ଅପରେସନ ପରେ ଶେଷରେ ସେହି ଯୁବକ ବିକ୍ରମ ପଣ୍ଡାଙ୍କୁ କବଜା କରିନେଇଥିଲା ବଲାଙ୍ଗିର ପୁଲିସ । ବିକ୍ରମ ପଣ୍ଡା ଯେଉଁ ଯୁବତୀଙ୍କୁ ଭଲ ପାଉଥିଲା, ତାଙ୍କ ସହ କିଛି ମାସ ଆଗରୁ ବ୍ରେକ-ଅପ ହୋଇଯାଇଥିଲା । ଯୁବତୀ ଜଣକ ତାକୁ ଭେଟିବାକୁ ମନା କରିଦେଇଥିଲେ । ତାପରେ ଏଭଳି ଏକ ଚରମ ପଦକ୍ଷେପ ନେଇଥିଲା ବିକ୍ରମ ପଣ୍ଡା ।