ଆମେରିକାରେ ବଢୁଛି ଗନ କଲଚର: ଜେଜେମାକୁ ଗୁଳି କରିବା ପରେ ସ୍କୁଲରେ ପଶି ୨୧ ଜଣଙ୍କୁ ଗୁଳିକରି ହତ୍ୟା କଲେ ଯୁବକ

139

କନକ ବ୍ୟୁରୋ: ଆମେରିକାରୁ ଏକ ହୃଦୟ ବିଦାୟକ ଘଟଣା ସାମ୍ନାକୁ ଆସିଛି । ସ୍କୁଲ ଭିତରେ ପସି ଆଖି ବୁଜା ବୁଜା ଗୁଳିଚାଳନା କରିଛନ୍ତି ଆକ୍ରମଣକାରୀ । ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ କାରୀ ସ୍କୁଲରେ ଗୁଳିକାଣ୍ଡ ଭିଆଇବା ପୁର୍ବରୁ ନିଜ ଜେଜେମାଙ୍କୁ ହତ୍ୟା କରିଥିବା କୁହାଯାଉଛି । ସେପଟେ ଘଟଣାକୁ ନେଇ ନିନ୍ଦା କରିବା ସହ ୪ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ରାଷ୍ଟ୍ରପତି ବାଇଡେନ ।

ଆମେରିକାରୁ ଏକ ଛାତି ଥରାଇଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୧୮ ବର୍ଷିୟ ଯୁବକ ଟେକ୍ସାସ ରାଜ୍ୟର ଉଭେଲ୍ଡ ସହରରେ ଥିବା ଏକ ସ୍କୁଲ ଭିତରେ ପସି ଆଖିବୁଜା ଗୁଳିଚାଳନା କରିଛି । ଘଟଣାରେ ମୋଟ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୯ ଜଣ ସ୍କୁଲ ଛାତ୍ର, ୨ ଜଣ ଶିକ୍ଷକଙ୍କ ହୋଇଥିବା ଜଣାପଡିଛି । ଏହି ଭୟାନକ ଘଟଣାରେ ଅନେକ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଆକ୍ରମଣକାରୀ ସ୍କୁଲରେ ପସି ଗୁଳି ବର୍ଷା କରିବା ପୁର୍ବରୁ ନିଜ ଜେଜେମାଙ୍କୁ ହତ୍ୟା କରିଥିବା ମଧ୍ୟ କୁହାଯାଉଛି । ଘଟଣା ସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ପୁଲିସ ଗୁଳିରେ ଆକ୍ରମଣକାରୀ ଯୁବକ ମୃତ୍ୟୁ ହୋଇଥିବା ଦାବି କରିଛି ପୁଲିସ । ଅନ୍ୟପଟେ ଘଟଣାକୁ କଡା ନିନ୍ଦା କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।

ଦିନ ଦ୍ୱିପହରରେ ଆଖିବୁଜା ଗୁଳିମାଡ଼ ହେବାପରେ ସାରା ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଛି । ସୁଚନା ଅନୁସାରେ, ଜଣେ ବନ୍ଧୁକ ଧାରୀ ଯୁବକ ଅଚାନକ ସ୍କୁଲ ଭିତରେ ପ୍ରବେସ କରିଥିଲା । ଏବଂ କେହି କିଛି ବୁଝିବା ପୁର୍ବରୁ ଆଖିବୁଜା ଗୁଳି ଚାଳନା କରିଥିଲା । ଜୀବନ ବଂଚାଇବାକୁ ଯାଇ ଭୟରେ ସ୍କୁଲର ଛାତ୍ରଛାତ୍ରୀମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଘଟଣାରେ ଅନେକ ଗୁରୁତର ଆହତ ହୋଇଥିବା ମଧ୍ୟ କୁହାଯାଉଛି । ଖୋଦ ରାଷ୍ଟ୍ରପତି ବାଇଡେନ ଘଟଣାକୁ ନେଇ କଡା ବୟାନ ଦେଇଛନ୍ତି । ବାଇଡେନ କହିଛନ୍ତି, ଏହା ଏକ ନରସଂହାର । ଏବଂ ଏଥିରେ ଅନେକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ନାଗରୀକ ମାନେ ଗନ କଲଚର ବିରୁଦ୍ଧରେ ସ୍ୱର ଉତଳନ କରିବା ଜରୁରୀ । ସେହିପରି ୪ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି ରାଷ୍ଟ୍ରପତି ବାଇଡେନ ।

ତେବେ ଗନ କଲଚରକୁ ନେଇ ବର୍ତମାନ ଆମେରିକାରେ ଚର୍ଚ୍ଚା ଯୋର ଧରିଛି । ଆମେରିକୀୟ ସମ୍ବିଧାନ ନାଗରୀକଙ୍କୁ ବନ୍ଧୁକ ରଖିବାର ଅଧିକାର ଦେଇଛି । ଆମେରିକାରେ ଦୋକାନ ମାନଙ୍କରେ ଅତି ସହଜରେ ବନ୍ଧୁକ ଉପଲବ୍ଧ ହୋଇଥାଏ । ଆମେରିକାର ଏକ ତୃତୀୟାଂଶ ନାଗରୀକଙ୍କ ବନ୍ଧୁକ ବ୍ୟବହାର କରଥୁବା ନେଇ ମଧ୍ୟ ନ୍ୟାସନାଲ ଗନ ଭାଉଲେଂସ ମେମୋରିଆଲର ତଥ୍ୟରୁ ଜଣାପଡିଛି ।