ଫିଲ୍ମ ‘ସୂର୍ଯ୍ୟବଂଶୀ’ ରେ ଅଭିନୟ କରିବେ କି ଧୋନୀ ! ଗୁଲସନ ଗ୍ରୋଭରଙ୍କ ସହ ଫଟୋ ପରେ ପ୍ରଶଂସକଙ୍କ ଆକଳନ

112

କନକ ବ୍ୟୁରୋ : ସାରା ଦୁନିଆରେ ଜଣେ କ୍ରିକେଟ ଖେଳାଳୀ ଭାବେ ବେସ୍ ନାମ କମାଇଛନ୍ତି ଭାରତୀୟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଦୁନିଆରେ ତାଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି । ଏହାରି ଭିତରେ ଧୋନୀ ବଲିଉଡ ଚଳଚିତ୍ରରେ ଅଭିନୟ କରିବା ନେଇ ସୂଚନା ମିଳିଛି । ଏନେଇ ବଲିଉଡର ପ୍ରସିଦ୍ଧ ଖଳନାୟକ ଗୁଲସନ ଗ୍ରୋଭର ଏକ ଫଟୋ ସେୟାର କରିଛନ୍ତି ଯେଉଁ ଫଟୋ ଭାଇରାଲ ହେବା ପରେ ଅନୁମାନ କରାଯାଇଛି କି ଧୋନୀ ଚଳଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଗୁଲସନ ଗ୍ରୋଭର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଧୋନୀଙ୍କ ସହ ଏକ ଫଟୋ ସେୟାର କରି ଏମିତି କିଛି ଲେଖିଛନ୍ତି କି ଯେଉଁଥିରୁ ଅନୁମାନ କରାଯାଉଛି ଧୋନୀ ବଡ ପରଦାରେ ଅଭିନୟ କରିପାରନ୍ତି ।

ଗୁଲସନ ଗ୍ରୋଭରଙ୍କ ଏହି ଟ୍ୱିଟ ପରେ ପ୍ରଶଂସକମାନେ ଅନୁମାନ କରିବାରେ ଲାଗିଛନ୍ତି କି ସୂର୍ଯ୍ୟବଂଶୀ ସିନେମାରେ ଅକ୍ଷୟ କୁମାର ଓ କ୍ରାଟିନା କେଫଙ୍କ ସହ ଅଭିନୟ କରିପାରନ୍ତି ଧୋନୀ । ସେପଟେ ଗୁଲସନ ଗ୍ରୋଭର ସେୟାର କରିଥିବା ଫଟୋଟି ସୂର୍ଯ୍ୟବଂଶୀ ସିନେମା ସେଟର ବୋଲି କୁହାଯାଉଛି ।

କହିରଖୁ କି ଧୋନୀ ବର୍ତ୍ତମାନ ୟୁଏଇରେ ଚାଲୁଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ମେଣ୍ଟର ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ପ୍ରଦର୍ଶନ ବିଶେଷ ଭଲ ନାହିଁ । ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ଟିମକୁ ବେସ୍ ସମାଲୋଚନାର ଶିକାର ହେବାକୁ ପଡିଛି ।