କନକ ବ୍ୟୁରୋ : ଗଲି ବୟ ଫିଲ୍ମର ରାପର୍ ଧର୍ମେଶ ପରମାରଙ୍କ ଦେହାନ୍ତ । ଧର୍ମେଶଙ୍କ ଦେହାନ୍ତ ନେଇ ତାଙ୍କ ବ୍ୟାଣ୍ଡ ‘ସ୍ୱେଦେଶୀ ମୁଭମେଣ୍ଟ ’ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମାତ୍ର ୨୪ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଧର୍ମେଶଙ୍କ କିପରି ଦେହାନ୍ତ ହେଲା ସେ ନେଇ କୌଣସି ବିଶେଷ ସୂଚନା ମିଳିପାରି ନାହିଁ ।
ରଣବୀର ଏବଂ ସିଦ୍ଧାନ୍ତ ଇନଷ୍ଟାଗ୍ରାମରେ ଧର୍ମେଶଙ୍କ ଏକ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଧର୍ମେଶଙ୍କ ଏକ ଆଲବମ ‘ଟ୍ରୁଥ ଆଣ୍ଡ ବାସ୍’ ଏହିମାସ ୮ ତାରିଖରେ ରିଲିଜ ହୋଇଥିଲା । ଧର୍ମେଶ ପରମାର ମଧ୍ୟ ତାଙ୍କ କ୍ୟାରିୟରରେ ଅନେକ ଆନ୍ତର୍ଜାତୀୟ ଗୀତ ପରିବେଷଣ କରିଥିଲେ ।
ଯଦିଓ ସେ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନଥିଲେ, ତାଙ୍କ ଗୀତକୁ ଲୋକମାନେ ପସନ୍ଦ କରୁଥିଲେ । ତାଙ୍କ ମୃତ୍ୟୁ ଖବରକୁ ନେଇ ଅଭିନେତା ରଣବୀର ସିଂହ, ଆଲିଆ ଭଟ୍ଟ, ସିଦ୍ଧାର୍ଥ ଚତୁର୍ବେଦୀ ଶୋକ ପ୍ରକାଶ କରିଛନ୍ତି । ଏତେ କମ୍ ବୟସରେ ରାପର୍ ଷ୍ଟାର ଧର୍ମେଶଙ୍କ ମୃତ୍ୟୁ ଖବରକୁ ସହଜରେ ଫ୍ୟାନ୍ସମାନେ ସହଜରେ ବିଶ୍ୱାସ କରିପାରୁନାହାନ୍ତି ।