କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ନେତା ଗୁଲାମନବୀ ଆଜାଦ ନିଜର ଆତ୍ମଜୀବନୀରେ କଂଗ୍ରେସକୁ ନେଇ ଅନେକ ବଡ ଖୁଲାସା କରିଛନ୍ତି । ଏହି ପୁସ୍ତକରେ ସେ କଂଗ୍ରେସରେ ଚାଟୁକାରିତାକୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ନିଜର ଆତ୍ମକଥାରେ ସେ କଂଗ୍ରେସରେ ୧୯୬୩ରେ ଲାଗୁ କରାଯାଇଥିବା କାମରାଜ ପ୍ଲାନ ଉପରେ ମଧ୍ୟ ନିଶାନା ସାଧିଥିଲେ ।

Advertisment

ଗୁଲାମ ନବୀ ଆଜାଦଙ୍କ କହିବା ଅନୁସାରେ ଦେଶର ସର୍ବପୁରାତନ ଦଳ କଂଗ୍ରେସରେ ଚାଟୁକାରିତା ଶୀର୍ଷରେ ପହଞ୍ଚିଛି । ଆତ୍ମକଥାରେ ସେ ଲେଖିଛନ୍ତି, କଂଗ୍ରେସର ପତନର ମୂଳ କାରଣ ହେଉଛି ଯେ ଦଳ ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରରେ ଅନୁଭବୀ ନେତାଙ୍କୁ ଅନୁଭବ ନଥିବା ନେତାଙ୍କ ସମକକ୍ଷ କରି ଦଳକୁ ଅକ୍ଷମ କରିଦେଇଥିଲେ । ଆଜାଦଙ୍କ ଅନୁସାରେ ଦଳର ଅନୁଭବୀ ନେତା ଏବଂ ଶୀର୍ଷ ନେତୃତ୍ୱ ଏହି କଠୋର ସତ୍ୟ ଶୁଣିବା ପାଇଁ ଚାହୁଁ ନଥିବେ । ଏଥିପାଇଁ ଏହି ସର୍ବ ପୁରାତନ ଦଳ ରସାତଳଗାମୀ ହେଉଛି ।

କଂଗ୍ରେସର ଏହି ପୂର୍ବତନ ନେତା ନିଜର ଆତ୍ମକଥାରେ ଲେଖିଛନ୍ତି ୧୯୬୩ରେ ଜବାହାର ଲାଲ ନେହରୁଙ୍କ ତରଫରୁ ଲାଗୁହୋଇଥିବା କାମରାଜ ଯୋଜନା କଂଗ୍ରେସକୁ ଦୁର୍ବଳ କରିବାର ପ୍ରଥମ ସ୍ତର ଥିଲା । ଏହି ଯୋଜନା ହିଁ ଦଳରେ ଶକ୍ତିଶାଳୀ ନେତାଙ୍କୁ ଏହିଭଳି ନେତାଙ୍କ ଦ୍ୱାରା ପରିବର୍ତ୍ତିତ କରାଯାଇଥିଲା ଯେଉଁମାନେ ମନୋନୀତ ହୋଇଆସିଥିଲେ । ଏମାନେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଅଧୀନରେ ଥିଲେ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ୧୯୬୩ରେ କଂଗ୍ରେସର ବରିଷ୍ଠ ନେତା ତଥା ମାଦ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ କେ କାମରାଜ ତତକାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ଏବଂ ମୁଖ୍ୟମନ୍ତ୍ରୀ ମାନେ ଇସ୍ତଫା ଦେଇ ସଂଗଠନ ପାଇଁ କାମ କରିବାକୁ ପ୍ରେରିତ କରାଯାଉ । ଏହି ଯୋଜନାକୁ ଲାଗୁ କରାଯାଇଥିଲା ଏବଂ ସେତେବେଳେ ବିଜୁ ପଟ୍ଟନାୟକ, ଏସକେ ପାଟିଲ ଏବଂ ନିଜେ କାମରାଜ ପଦ ଛାଡିଥିଲେ । ଏହ ନିଷ୍ପତ୍ତିର ପ୍ରଭାବ କଂଗ୍ରେସ ଉପରେ ପଡିଥିଲା । ଏମାନେ ଆସୁଥିବା ରାଜ୍ୟରେ ଦଳ ଏଥିପାଇଁ ଅନେକ ମୂଲ୍ୟ ଦେଇଥିଲା । କେବଳ ଏତିକି ନୁହେଁ ତାମିଲନାଡରେ ୧୯୬୭ରେ ଅନୁଷ୍ଠିତ ନିର୍ବଚନରେ ପରାସ୍ତ ହୋଇଥିଲା କଂଗ୍ରେସ । ଏହି ନିର୍ବାଚନରେ ତାମିଲନାଡୁରେ ପ୍ରଥମ ଥର କ୍ଷେତ୍ରୀୟ ଦଳ ସିକେ ଆନ୍ନାଦୁରାଇର ଜନ୍ମ ହୋଇଥିଲା ।

ଆଜାଦ ନିଜ ପୁସ୍ତକରେ ଲେଖିଛନ୍ତି ଯେ କାମରାଜ ଯୋଜନା ବାବଦରେ ଥିବା ରହସ୍ୟ ବାବଦରେ ଅସଲି କାରଣ କହିଥିଲେ ଜମେ ବରିଷ୍ଠ ନେତା । ଏହା ସମସ୍ତଙ୍କ ପାଇଁ ଏକ ରହସ୍ୟ, ଆଉ ଏହି ରହସ୍ୟକୁ ମୋ ସହ ମୁଁ କବରକୁ ନେଇଯିବି । କାମରାଜ ଯୋଜନା ପରେ ହିଁ ହାଇକମାଣ୍ଡର ପରମ୍ପରା ଦଳରେ ଆରମ୍ଭ ହୋଇଥିଲା । ଆଉ ସେତେବେଳେ ମୁଖ୍ୟମନ୍ତ୍ରୀମାନଙ୍କ ନିଯୁକ୍ତି ନେଇ ଦଳର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେତେବେଳେ କାମରାଜ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ପଡିଥିଲା ସେତେବେଳେ ତାଙ୍କ ସ୍ଥାନରେ ମନୋନୀତ ନେତାଙ୍କୁ ନେବାର ଏକ ପରମ୍ପରା ଆରମ୍ଭ ହୋଇଥିଲା । ଦଳର କର୍ମକର୍ତ୍ତା ଏବଂ ନେତାଙ୍କ ନିର୍ବାଚନ କେବଳ ମାତ୍ର ଏକ ଔପଚାରିକତା ହୋଇ ରହିଯାଇଥିଲା ।

ଗୁଲାମନବୀ ଆଜାଦ ନିଜ ଆତ୍ମକଥାରେ ଲେଖିଛନ୍ତି କାମରାଜ ଯୋଜନାରେ ଲାଲବାହାଦୁର ଶାସ୍ତ୍ରୀ, ଜଗଜୀବନ ରାମ, ମୋରାଜୀ ଦେଶାଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହା ପରେ ଦଳକୁ ଅନେକ କ୍ଷତିର ସାମ୍ନା କରିବାକୁ ପଡିଥିଲା । ଏହା ପରେ କେ କାମରାଜ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ତେବେ ଆଜି ଯାଏ ଜଣାପଡୁନାହିଁ ଯେ କାହିଁକି କଂଗ୍ରେସରେ କାମରାଜ ଯୋଜନାକୁ ଲାଗୁ କରାଯାଇଥିଲା । ଏହା ପଛରେ ଉଦ୍ଦେଶ୍ୟ କଣ ରହିଥିଲା ।

ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ମଧ୍ୟ ଆଜାଦ ନିଜ ଆତ୍ମକଥାରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ବରିଷ୍ଠ ନେତା ମାନେ ଦଳର ମାମଲାରେ ଠିକ ଭାବେ ଧ୍ୟାନ ଦେଉନାହାନ୍ତି । ସେ ଆହୁରି ମଧ୍ୟ ଲେଖୁଛନ୍ତି ଯେ କଂଗ୍ରେସର ସଂଗଠନରେ କାମ କରୁଥିବା ନେତା କିମ୍ବା ଦଳର ମୁଖ୍ୟ ସରକାରରେ ସାମିଲ ହେବା ପରେ ଦଳର ପ୍ରମୁଖତା ହଜିଯାଉଥିଲା । ସେମାନେ ସଂଗଠନ ସହ ଜଡିତ ମାମଲାକୁ ଗୁରୁତ୍ୱ ଦେବା ବନ୍ଦ କରିଦେଉଥିଲେ ।

ନିଜରେ ଆତ୍ମକଥାରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୟୁପିଏ ସରକାର ସମୟରେ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ବହୁତ ଭଲ କାମ କରିଥିଲେ । ତେବେ ଦଳର ଅଧ୍ୟକ୍ଷ ଭାବେ ଜଣେ ଅଲଗା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବା କଥା । ଏହି ଭୁଲ କଂଗ୍ରେସ ବିଭିନ୍ନ ରାଜ୍ୟରେ ଦୋହରାଇଥିଲା ଯେତେବେଳେ କି ରାଜ୍ୟର ପିସିସି ମୁଖ୍ୟଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉଥିଲା । ଦଳ ପାଇଁ ଏହା ବିପର୍ଯ୍ୟୟର ପ୍ରମୁଖ କାରଣ ଥିଲା ।

ଆଜାଦ ନିଜର ପୁସ୍ତକରେ ଲେଖିଛନ୍ତି ଯେ, କଂଗ୍ରେସ ଦଳରେ ମଜବୁତ ଏବଂ ପାରଦର୍ଶୀ ଲୋକଙ୍କ ଆବଶ୍ୟକତା ରହିଛି । ସେ କହିଛନ୍ତି ଦଳକୁ ଚଳାଇବା ର ସବୁଠାରୁ ଭଲ ଉପାୟ ହେଉଥି ସାମୁହିକ ନେତୃତ୍ୱ । ଦଳରେ ଏହାର ଅଭାବ ରହିଛି । ଯଦି କଂଗ୍ରେସ ନିଜକୁ ପୁଣି ଜୀବିତ କରିବାକୁ ଚାହୁଁଛି ତେବେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ମାଧ୍ୟମରେ ସଂଗଠନର ଉଦ୍ଧାର କରାଯାଇପାରିବ । ବର୍ତ୍ତମାନ ଦଳରେ ଯେଉଁ ପ୍ରଣାଳୀ ରହିଛି ତାହା ଏକ ଧୋକା ।