ପାକିସ୍ତାନର ମାନବଧିକାର କାର୍ଯ୍ୟକର୍ତ୍ତା ଗୁଲାଲାଇ ଇସମାଇଲ୍ ପୁଣିଥରେ ପାକିସ୍ତାନର ମୁଖା ଖୋଲି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ପାକିସ୍ତାନ ଉପରେ ଅଭିଯୋଗ ଆଣି କହିଛନ୍ତି ତାଙ୍କ ବାପାଙ୍କୁ ଅପହରଣ କରି ପାକିସ୍ତାନୀଙ୍କୁ ଆତଙ୍କ ନାଁରେ ଡରାଇବା ପାଇଁ ଚେଷ୍ଟା କରାଯାଉଛି । ସେଠାରେ ମହିଳା ଏବଂ ଲୋକଙ୍କୁ ଆତଙ୍କବାଦ ନାଁରେ ଡରାଯାଉଛି । ଗୁଲାଲାଇ ଇସମାଇଲ୍ ଜଣେ ପାକ୍ ମାନବଧିକାର କାର୍ଯ୍ୟକର୍ତ୍ତାଙ୍କୁ ଟ୍ୱିଟରର ଜବାବ୍ ଦେଇ ଏହି କଥା କହିଥିଲେ ।
Gulalai Ismail is a women's rights activist who managed to escape Pakistan to seek political asylum in the United States in September after being accused of treason. https://t.co/HfExcypOIL
— ANI (@ANI) October 25, 2019
ଗୁଲାଲାଇ ଇସମାଇଲ୍ ଆମେରିକାରେ ବର୍ତ୍ତମାନ ରାଜନୀତି ଶରଣ ପାଇଁ ଅପିଲ୍ କରୁଛନ୍ତି । ସେ କହିଛନ୍ତି ଯେ , ଗୁରୁବାର ତାଙ୍କ ପିତାଙ୍କୁ କିଛି ଲୋକ ପେଶାବର ହାଇକୋର୍ଟ ବାହାରୁ ଅପହରଣ କରିନେଇଥିଲେ । ଏହି ମହିଳାଙ୍କ ଉପରେ ପାକିସ୍ତାନ ରାଜଦ୍ରୋହର ଅଭିଯୋଗ ଲାଗିଥିଲା ଏବଂ ପରେ ସେପ୍ଟେମ୍ବର ମାସରେ ସେ ପାକିସ୍ତାନ ଛାଡି ଚାଲିଯାଇଥିଲେ । ଗତମାସ ନ୍ୟୁୟର୍କରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଇସଲାମାବାଦରେ ମାତା ପିତାଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ । ସେ କହିଥିଲେ ପାକିସ୍ତାନରେ ଅଳ୍ପସଂଖ୍ୟକ ଙ୍କ ମଧ୍ୟରେ ମୋ ପିତାମାତା ନୂଆ ଚେହେରା ହୋଇଯାଇଛନ୍ତି ଏବଂ ଉତ୍ପୀଡନର ଶିକାର ହେଉଛନ୍ତି ।
ତେବେ ଏହି ମାମଲାରେ ଆମେରିକା ବର୍ତ୍ତମାନ ପାକିସ୍ତାନକୁ ଚେତାବନୀ ଦେଇଛି । ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ , ଗୁଲାଲାଇ ଇସମାଇଲ୍ ଙ୍କ ମାତା ପିତାଙ୍କୁ ଉତ୍ପୀଡନ ଦେବା ବିଷୟ ଅତ୍ୟନ୍ତ ଚିନ୍ତାଜନକ ଏବଂ ତାଙ୍କ ପିତାଙ୍କୁ ଅପହରଣ କରିବା ବିଷୟ ତାଠାରୁ ଅଧିକ ଦୁଃଖଦାୟକ । ପାକିସ୍ତାନ ନିଜ ନାଗରିକଙ୍କ ଅଧିକାରର ସୁରକ୍ଷା କରୁ ବୋଲି ଆମେରିକା ପାକ୍ କୁ ଚେତାବନୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/gulalai-ismail.jpg)
/kanak/media/post_attachments/wp-content/uploads/2019/10/Gulalai1-640x336-300x158.jpg)