ଓଡିଆ ପୁଅ ଘର ଆଗରେ ଗୁଜରାଟି ପ୍ରେମିକା : ସୁରଟରେ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ସମ୍ପର୍କ ରଖିବା ପରେ ଠକି ଦେଇଥିବା ଅଭିଯୋଗ 

2,314

କନକ ବ୍ୟୁରୋ : ଓଡିଆ ପୁଅଙ୍କ ଘରେ ଗୁଜରାଟି ପ୍ରେମିକା । ଗଞ୍ଜାମ ଜିଲ୍ଲା ବଡଆଗୁଳ ଗାଁରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଚିତ୍ର । ନିଜକୁ ପ୍ରେମିକା ବୋଲି ଦାବି କରି ଓଡିଆ ଯୁବକ ଅରେନ୍ଦ୍ର କରଣଙ୍କ ଘରକୁ ଗୁଜରାଟ ସୁରଟରୁ ଚାଲିଆସିଛନ୍ତି ଜଣେ ଯୁବତୀ । ତାଙ୍କ କହିବା କଥା ହେଲା, ସୁରଟରେ ରହିବା ସମୟରେ ପ୍ରାୟ ୫ ବର୍ଷ ଧରି ଏହି ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଅରେନ୍ଦ୍ର । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ହେଲେ ତାଙ୍କୁ ସେଠାରେ ଛାଡିଦେଇ ଆସି ଗାଁରେ ଅନ୍ୟତ୍ର ବିବାହ କରିବାକୁ ଯୋଜନା ଚଳାଇଥିବାବେଳେ ଖବର ପାଇ ଆସି ପହଂଚିଛନ୍ତି ଯୁବତୀ ଜଣକ । ତାଙ୍କ ଅଭିଯୋଗ ପରେ କବିସୂର୍ଯ୍ୟ ନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କୁ କୋର୍ଚରେ ହାଜର କରିବା ସହିତ ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହରେ ରଖିଛି । ତେବେ ଅଭିଯୁକ୍ତ ପ୍ରେମିକକୁ ଏଯାଏଁ ଗିରଫ କରିପାରିନାହିଁ ପୋଲିସ । ଅନ୍ୟପକ୍ଷରେ ଯୁବତୀ କହିଛନ୍ତି ପୋଲିସ ତାଙ୍କୁ ଗିରଫ କରି ରେଜିଷ୍ଟ୍ରିମ୍ୟାରେଜ ପାଇଁ ବ୍ୟବସ୍ଥା ନ କଲେ ସେ ପ୍ରେମିକଙ୍କ ଘର ଆଗରେ ଆତ୍ମାହୂତି ଦେବେ ।