କନକ ବ୍ୟୁରୋ :  ଗୁଜରାଟ ନିର୍ବାଚନରେ ବାଜି ଲାଗିଛି ଦେଶର ଦୁଇ ସବୁଠାରୁ ବଡ ରାଜନୈତିକ ଦଳର ସର୍ବୋଚ୍ଚ ନେତାଙ୍କ ଭବିଷ୍ୟତ । ଗୋଟିଏ ପଟେ ୨୨ ବର୍ଷ ଧରି ବିଜେପି ଅକ୍ତିଆରରେ ଥିବା ଗୁଜରାଟ ଗଡ ରକ୍ଷା କରିବା publive-imageମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ । କାରଣ ଗୁଜରାଟ ପରୀକ୍ଷାର ଫଳ ଜାତୀୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ । ଜନାଦେଶ ବିଜେପି ସପକ୍ଷରେ ଗଲେ ୨୦୧୯ ସାଧାରଣ ନିର୍ବାଚନ ଜିତିବା ମୋଦିଙ୍କ ପାଇଁ ସହଜ ହେବ । ଆଉ ଯଦି ନିଜ ଲୋକ ମୁହଁ ଫେରାଇ ନିଅନ୍ତି ତାହେଲେ ଲୋକସଭା ନିର୍ବାଚନ ପାହାଡ ଭଳି ଚ୍ୟାଲେଞ୍ଜ ସୃଷ୍ଟି କରିବ । ଅନ୍ୟପଟେ ନୂଆକରି କଂଗ୍ରେସର ନେତୃତ୍ୱ ଭାର ସମ୍ଭାଳିଥିବା ରାହୁଲଙ୍କ ପାଇଁ ଗୁଜରାଟ ନିର୍ବାଚନ ପରାକାଷ୍ଠା ପ୍ରଦର୍ଶନର ଅବସର । ଜନାଦେଶ କଂଗ୍ରେସ ସପକ୍ଷରେ ଗଲେ ଆଗାମୀ ନିର୍ବାଚନ ସହଜ ହେବ ଓ ମୋଦି ହାୱାକୁ ଚେକମେଟ ଦେଲାଭଳି ଜଣେ ନେତାଙ୍କ ଅଭ୍ୟୁଦୟ ହେବ ।

Advertisment

publive-imageଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ -
ଗୁରୁବାର ଗୁଜରାଟରେ ଦ୍ୱିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ୍
ଦକ୍ଷିଣ ଓ କେନ୍ଦ୍ର ଗୁଜରାଟର ୯୩ ଆସନରେ ହେବ ମତଦାନ
୫୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨.୨୨ କୋଟି ଭୋଟର
୨୦୧୨ରେ ବିଜେପି ୪୮ ଓ କଂଗ୍ରେସ ୧୬ଟିରେ ବିଜୟୀ
ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ଲାଗି ହୋଇଥିଲା ମତଦାନ
ବିଧାନସଭାର ୧୮୨ ଆସନ ପାଇଁ ଡିସେମ୍ବର ୧୮ରେ ଗଣତି

publive-image ଗତ ୨୨ବର୍ଷ ଧରି ଗୁଜରାଟରେ କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି । ଚାରି ଚାରିଥର ମୁଖ୍ୟମନ୍ତ୍ରୀ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ୨୦୧୨ରେ ଗୁଜରାଟ ଓ ୨୦୧୪ରେ ସାରା ଦେଶରେ ଯେଉଁ ମୋଦି ମାନିଆ ଦେଖିବାକୁ ମିଳିଥିଲା ପ୍ରଥମଥଲ ଲାଗି ତାକୁ କଡା ପ୍ରତିଦ୍ୱନ୍ଦିତାର ସାମ୍ନା କରିବାକୁ ପଡିଛି ମୋଦିଙ୍କ ନିଜ ମାଟି ଗୁଜରାଟରେ । ପଟ୍ଟିଦାର, ଓବିସି ଓ ଦଳିତଙ୍କ ଭୋଟ ଗୁଜରାଟ ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଥିବାବେଳେ ଚଳିତଥର ଏମାନଙ୍କ ଅସନ୍ତୋଷ ବିଜେପି ବିରୋଧରେ ଦେଖିବାକୁ ମିଳିଛି । ତଥାପି ୨୦୧୨ ନିର୍ବାଚନ ଫଳାଫଳ ଓ ପ୍ରାକ ନିର୍ବାଚନୀ ଆକଳନରେ ଜନାଦେଶ ମୋଦି ଓ ବିଜେପି ସପକ୍ଷରେ ଥିବା କୁହାଯାଇଛି । ଯାହା ଆଗାମୀ ୧୮ ତାରିଖରେ ସ୍ପଷ୍ଟ ହେବାକୁ ଯାଉଛି ।