ଗୁଜୁରାଟ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: କହିଲେ ହିନ୍ଦୁ ନ ରହିଲେ ନା ରହିବ ସମ୍ବିଧାନ, ନା ରହିବ ଗଣତନ୍ତ୍ର

114

କନକ ବ୍ୟୁରୋ : ଏକ ଗଣମାଧ୍ୟମ ସମ୍ମିଳନୀରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗୁଜୁରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ । ସମ୍ବିଧାନ, ଧର୍ମନିରପେକ୍ଷତା , ଆଇନର କଥା ସେପର୍ଯ୍ୟନ୍ତ ଚାଲିବ ଯେପର୍ଯ୍ୟନ୍ତ ଭାରତରେ ହିନ୍ଦୁ ଅଛନ୍ତି । ଯେଉଁଦିନ ହିନ୍ଦୁଙ୍କ ସଂଖ୍ୟା କମିବ ସେବେଠୁ ଆଇନ ବ୍ୟବସ୍ଥା, ଗଣତନ୍ତ୍ର ନା ସମ୍ବିଧାନ କିଛି ବି ରହିବ ନାହିଁ । ଏସବୁ ଧୂଆଁ ହୋଇଯିବ ବୋଲି ନୀତିନ କହିଛନ୍ତି । ଆମ ଦେଶରେ ଯେଉଁମାନେ ସମ୍ବିଧାନ ଓ ଧର୍ମନୀରପେକ୍ଷତା କଥା କହୁଛନ୍ତି ସେମାନେ ମଧ୍ୟ ଏକଥାକୁ ମାନିବେ ନାହିଁ । ଆବାଶ୍ୟକ ପଡିଲେ ତାଙ୍କ କଥାକୁ ରେକର୍ଡ କରିବାକୁ ଦୃଢତାର ସହ କହିଛନ୍ତି । ତେବେ ଏପରି ମନ୍ତବ୍ୟ ସେ କୌଣସି ସମ୍ପ୍ରଦାୟକୁ ଅକ୍ଷେପ କରିନାହାଁନ୍ତି ବରଂ ଯାହା ବାସ୍ତବତା ତାହାହିଁ ପ୍ରକାଶ କରିଥିବା କହିଛନ୍ତି ।

ଏହା ସେ ଗାନ୍ଧୀନଗର ଭାରତ ମାତାଙ୍କ ମନ୍ଦିରରେ ଅନୁଷ୍ଠିତ ଏକ ସମ୍ମିଳନୀରେ କହିଛନ୍ତି । ଏଠାରେ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ, ବିଏଚପି ଓ ଆରଏସଏସର ନେତାମାନେ ଉପସ୍ଥିତ ଥିବା ସୂଚନା ରହିଛି ।