କନକ ବ୍ୟୁରୋ : କଣ୍ଠଶୀଳ୍ପୀ ଉପରେ ଟଙ୍କା ବର୍ଷା । ଖଣ୍ଡେ କି ପାଂଚ ଖଣ୍ଡ ନୁହେଁ । ହଜାର ହଜାର ଖଣ୍ଡ ନୋଟ୍ ବର୍ଷା ହୋଇଛି । ଆଉ ଏହା ୧୦ ଅବା ୨୦ ଟଙ୍କିଆ ନୋଟ୍ ନୁହେଁ, ପୁରା ୫୦୦ ଟଙ୍କିଆ ନୋଟ୍ । କଣ୍ଠଶୀଳ୍ପି ହେଉଛନ୍ତି ଗୁଜରାଟର ପରିଚିତ ଲୋକ ସଙ୍ଗିତକାର ଉର୍ବଷି ରାଡାଦିଆ । ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ମଂଚ ଉପରକୁ ଏଭଳି ଟଙ୍କା ବର୍ଷା କରିଛନ୍ତି ପ୍ରସଂଶକ । ଯାହାର ଭିିଡିଓ ସାମ୍ନାକୁ ଆସିଛି । ଏକ ବ୍ୟାଗ ଭର୍ତି ଟଙ୍କା ତାଙ୍କ ଉପରେ ପକାଉଥିବା ଦେଖିବାକୁ ମିଳିଛି । ଏପରିକି ଏମିତି ଟଙ୍କା ବର୍ଷା ହୋଇଥିଲା ଯେ,  ସେ ହାରମୋନିୟମ ଠିକ ଭାବେ ବଜାଇପାରିନଥିଲେ । ଉର୍ବଷିଙ୍କ ଟିମ ପକ୍ଷରୁ ଏହି ଭିଡିଓ ସେୟାର କରାଯାଇଛି । ଉର୍ବଷି ଗୁଜରାଟର ଜଣେ ପରିଚତ କଣ୍ଠଶିଳ୍ପୀ । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଡିନର ପାର୍ଟରେ ମଧ୍ୟ ସେ ଗୀତ ଗାଇଥିଲେ । ତେବେ ଏଭଳି ଟଙ୍କା ବର୍ଷା ହେବା ତାଙ୍କ ପାଇଁ ନୁଆ ନୁହେଁ । ପୂର୍ବରୁ ୨୦୨୧ରେ ଏଭଳି ଏକ କାର୍ଯ୍ୟକ୍ରମରେ ତାଙ୍କ ଉପରେ ପୁଳା ପୁଳା ଟଙ୍କା ବର୍ଷା ହୋଈଥିଲା ।