ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି” ନର୍ମଦା ନଦୀ ପାଖରେ ଏକ ଟାପୁ ଉପରେ ଅବସ୍ଥିତ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଷ୍ଟାଚ୍ୟୁ ପାଖରେ କେବେ ବି ପାଣି ଦେଖିବାକୁ ମିଳିନଥିଲା । କିନ୍ତୁ ଲଗାଣ ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ପ୍ରତିମୂର୍ତ୍ତି ଚାରିଆଡେ ପାଣି ଦେଖିବାକୁ ମିଳୁଛି । ତେବେ ଏହି ସୁନ୍ଦର ଦୃଶ୍ୟକୁ ପାଖରୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁଛି । ଲଗାତାର ବର୍ଷା ହେବା ଦ୍ୱାରା ‘ସର୍ଦ୍ଦାର ସରୋବର ବନ୍ଧ’ର ଜଳସ୍ତର ପ୍ରଥମ ଥର ପାଇଁ ୧୩୭ ମିଟର ଉପର ପର୍ଯ୍ୟନ୍ତ ପହଁଚିଛି । ଏଭଳି ସ୍ଥିତିରେ ପାଣିର ମଧ୍ୟଭାଗରେ ଥିବା “ଷ୍ଟାଚ୍ୟୁ ଅଫ୍ ୟୁନିଟି” ର ଆକର୍ଷଣ ରୂପ ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପାଇଁ ଏବେ ଅଧିକ ସଂଖ୍ୟକ ଲୋକ ସର୍ଦ୍ଦାର ସରୋବର ବନ୍ଧ ପାଖରେ ପହଁଚୁଛନ୍ତିି ।
ପ୍ରଥମଥର ପାଇଁ ଏଭଳି ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଥିବା ପର୍ଯ୍ୟଟକ ମଧ୍ୟ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି । ତେବେ “ଷ୍ଟାଚ୍ୟୁ ଅଫ୍ ୟୁନିଟି” କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସୁଛନ୍ତି ଏବଂ ଲଗାଣ ବର୍ଷା ଲୋକଙ୍କ କ୍ରେଜ୍ କୁ ଜମାରୁ ବି କମ୍ କରିନାହିଁ । ଆପଣଙ୍କୁ କହିରଖୁଛୁ ‘ସର୍ଦ୍ଦାର ସରୋବର ବନ୍ଧ’ର ବଢୁଥିବା ଜଳସ୍ତର ଏବେ ମଧ୍ୟପ୍ରଦେଶ ପାଇଁ ସଂକଟର ବିଷୟ ହୋଇଛି । ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଁଚିଛି । ଯଦି ଜଳସ୍ତର ବଢୁଛି ତେବେ ମଧ୍ୟପ୍ରଦେଶରେ ୧୭୮ ଟି ଜଳସମାଧି ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/429313-statue-of-unityyyy.jpg)
/kanak/media/post_attachments/wp-content/uploads/2019/09/statue-of-unity-copy-300x169.jpg)