ଆଇପିଏଲ୍‌-୨୦୨୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ରନରେ ଜିତିଲା ଗୁଜରାଟ ଟାଇଟନ୍ସ ।

31

କନକ ବ୍ୟୁରୋ: ଚଳିତ ଆଇପିଏଲର ପଦାର୍ପଣ ମ୍ୟାଚରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ନିଜ ପୂର୍ବ ଦଳ ଗୁଜରାଟ ଟାଇଟନ୍ସଠୁ ପରାଜୟ ବରଣ କରିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ମ୍ୟାଚ ବେଳେ କିନ୍ତୁ ବିଭିନ୍ନ ହାବଭାବକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ମୁମ୍ବାଇର ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ବାଉଣ୍ଡରୀରେ ଫିଲ୍ଡିଂ କରୁଥିବା ଦେଖିବାକୁ ମିଳିଛି । ଯିଏକି ଅଧିକାଂଶ ସମୟରେ ପିଚର ୩୦ ଗଜ ଭିତରେ ଫିଲ୍ଡିଂ କରନ୍ତି । କିନ୍ତୁ ଗତକାଲି ମ୍ୟାଚରେ ସେ ବାଉଣ୍ଡ୍ରିରେ ଫିଲ୍ଡିଂ କରିଥିଲେ । କିନ୍ତୁ ଯେଉଁଭଳି ଭାବେ ହାତ ଠାର ଦେଖାଇ ରୋହିତଙ୍କୁ ବାଉଣ୍ଡ୍ରିଂ ପଠାଇଥିଲେ ପାଣ୍ଡ୍ୟା ତାଙ୍କ ହାବଭାବକୁ ଟ୍ରୋଲ କରୁଛନ୍ତି ଏମଆଇ ପ୍ରଶଂସକ । ମ୍ୟାଚ ବେଳେ ରୋହିତ ଶର୍ମାଙ୍କ ସମର୍ଥନରେ ଉପସ୍ଥିତ ଦର୍ଶକ ନାରା ଦେଇଥିଲେ । ଯାହା ପାଣ୍ଡ୍ୟାଙ୍କୁ ଏକ ପ୍ରକାର କଟାକ୍ଷ । ସେହିପରି ବୁମରାଙ୍କ ବଦଳରେ ନିଜେ ପାଣ୍ଡ୍ୟା ଓପନିଂ ବୋଲିଂ କରିଥିଲେ । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ଅଧିନାୟକ ନିଜ କ୍ଷମତାକୁ ବ୍ୟବହାର କରି ପ୍ରଥମେ ବୋଲିଂ କରିଛନ୍ତି ବୋଲି କୁହାଯାଉଛି । ଟିମ୍ ଇଣ୍ଡିଆର ଏହି ଷ୍ଟାର ବୋଲର କିନ୍ତୁ ୩ଟି ୱିକେଟ ନେଇଥିବା ବେଳେ ୪ ଓଭରର ମାତ୍ର ୧୩ ରନ୍ ଦେଇଛନ୍ତି ।

ଅପରପକ୍ଷରେ ପାଣ୍ଡ୍ୟା ୩ ଓଭରରେ ୩୦ ରନ୍ ଦେଇଥିବା ବେଳେ କୌଣସି ୱିକେଟ୍ ହାତେଇ ପାରିନଥିଲେ । କମେଟ୍ରିଂ କରୁଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ କହିଛନ୍ତି, ଇଣ୍ଡିଆନ ପିଚରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଖେଳାଳିଙ୍କୁ ଏତେ ମାତ୍ରାରେ ଟ୍ରୋଲ କରାଯାଇଛି । ଯାହା କେବେ ସାଧାରଣତଃ ଦେଖିବାକୁ ମିଳେନି । ଏପରିକି ବୁମ୍ରାଙ୍କ ବଦଳରେ ନିଜେ ଅଧିନାୟକ ପାଣ୍ଡ୍ୟା ଓପନିଂ ବୋଲିଂ କରିବାକୁ ନେଇ ପିଟରସନ ସନ୍ଦେହ ପ୍ରକାଶ କରିଛନ୍ତି । ସେହିପରି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ମଧ୍ୟ ବୁମ୍ରାଂଙ୍କୁ ଓପନିଂ ବୋଲିଂ ନଦେବାକୁ ନେଇ ଆଶ୍ଚଯ ର୍୍ୟ ପ୍ରକାଶ କରିଛନ୍ତି ।