ଆଇପିଏଲ ମହାସମର : ହାରିଲା ମୁମ୍ବାଇ ଇଣ୍ଡିଆନ୍ସ; ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

ଆଇପିଏଲ ମହାସମର : ହାରିଲା ମୁମ୍ବାଇ ଇଣ୍ଡିଆନ୍ସ; ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଟାଇଟନ୍ସର ଜବରଦସ୍ତ ପ୍ରଦର୍ଶନ । ୬୨ ରନରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଗତ ସଂସ୍କରଣରେ ତଳେ ରହିଥିବା ମୁମ୍ବାଇ ଏଥର ତୃତୀୟ ସ୍ଥାନରେ ରହି ବିଦାୟ ନେଇଛି। ଶୁବମନ ଗିଲ୍‌ଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ‌ବଳରେ ମୁମ୍ବାଇ ସମ୍ମୁଖରେ ୨୩୪ ରନ୍‌ର ଲକ୍ଷ୍ୟ ଥିଲେ ବି ମୋହିତ ଶର୍ମାଙ୍କ ଘାତକ ବୋଲିଂ ଆଗରେ ରୋହିତ ଶର୍ମାଙ୍କ ଦଳ ୧୮.୨ ଓଭରରେ ୧୭୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା । ଶତକୀୟ ପାଳି ପାଇଁ ଶୁବମନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା । ଏହାଫଳରେ ଗୁଜରାଟ ଟାଇଟନ୍ସ ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି । ଏହି ଦଳ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ହେବାକୁ ଥିବା ଫାଇନାଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ।

୨୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆହତ ଈଶାନଙ୍କ ସ୍ଥାନରେ ନେହଲ ୱାଧେରା ଅଧିନାୟକ ରୋହିତଙ୍କ ସହ ପାଳି ଆରମ୍ଭ କରିବାକୁ ଆସିଥିଲେ। କିନ୍ତୁ ଉଭୟଙ୍କୁ ପର୍ପଲ କ୍ୟାପ୍‌ ଧାରକ ମହମ୍ମଦ ସାମି ଆଉଟ୍‌ କରି ପାୱାରପ୍ଲେ ଭିତରେ ପାଭିଲିଅନ୍‌ ଫେରାଇଥିଲେ। କାମେରନ୍‌ ଗ୍ରିନ୍‌ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ପାଳିକୁ ସମ୍ଭାଳିବା ସହ ଆବଶ୍ୟକୀୟ ରନ୍‌ ହାର ସଂଗ୍ରହ କରିଚାଲିଥିଲେ। କିନ୍ତୁ ପାୱାରପ୍ଲେର ଶେଷ ବଲ୍‌ରେ ତିଳକଙ୍କୁ ରସିଦ ଖାନ୍‌ ବୋଲ୍ଡ କରି ଯୋଡ଼ି ଭାଙ୍ଗିବାରୁ ଗ୍ରିନ୍‌ ପୁଣି ଥରେ ବ୍ୟାଟିଂକୁ ଆସିଥିଲେ। ସୂର୍ଯ୍ୟକୁମାର ଯାଦବ ଏକାକି ‌ଗୋଟିଏ ପଟରୁ ଲଢେଇ ଜାରି ରଖି ଆକର୍ଷଣୀୟ ଛକା, ଚୌକା ମାରିଚାଲିଥିଲେ। କିନ୍ତୁ ମୋହିତ ଶର୍ମାଙ୍କ ଓଭରପିଚ୍‌ ବଲ୍‌କୁ ପରଖିବାରେ ଭୁଲ୍‌ କରି ପେଡାଲ୍‌ ସଟ୍‌ ମାରିବାକୁ ଯାଉଥିଲା ବେଳେ ବୋଲ୍ଡ ହୋଇଯାଇଥିଲେ। ସୂର୍ଯ୍ୟଙ୍କ ୱିକେଟ୍‌ ଯିବା ପରେ ମୁମ୍ବାଇର ସବୁ ଆଶା ମଉଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe