କନକ ବ୍ୟୁରୋ : କୋଭିଡ ମୃତ୍ୟୁରେ କ୍ଷତିପୂରଣ ଦାବି କରୁଥିବା ସଂଖ୍ୟା ସରକାରୀ ସଂଖ୍ୟାଠାରୁ ଢେର ଅଧିକ । ସୁପ୍ରିମକୋର୍ଟରେ ବିଭିନ୍ନ ରାଜ୍ୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହି ତଥ୍ୟ ଜଣାପଡିଛି । ଗୁଜରାଟ ଓ ତେଲେଙ୍ଗାନାରେ ଏହି ଦାବି ଅଧିକ ରହିଛି । ଗୁଜରାଟରେ ମୃତ୍ୟୁଠାରୁ କ୍ଷତିପୂରଣ ଦାବି ୯ ଗୁଣା ଅଧିକ ରହିଥିବା ବେଳେ ତେଲେଙ୍ଗାନାରେ ଏହା ସାତଗୁଣ ଅଧିକ ରହିଛି ।

Advertisment

କୋଭିଡ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ କେତେକ ରାଜ୍ୟରେ ମୃତ୍ୟୁ କମ ଓ କ୍ଷତିପୂରଣ ଦାବି ଅଧିକ ହୋଇଥିବା ଜଣାଯାଇଛି । ଗୁଜରାଟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦ ହଜାର ୯୪ ରହିଥିବାବେଳେ କ୍ଷତିପୂରଣ ଦାବି ଆସିଛି ୮୯ ହଜାର ୬୩୩ । ସେହିଭଳି ତେଲେଙ୍ଗାନାରେ ମଧ୍ୟ ସରକାରୀ ଭାବେ ମୃତ୍ୟୁ ୩ ହଜାର ୯୯୩ ହୋଇଥିବାବେଳେ କ୍ଷତିପୂରଣ ଦାବି ୨୮ ହଜାରରୁ ଅଧିକ ଆସିଛି । କ୍ଷତିପୂରଣ ନେଇ ଆସୁଥିବା ଦାବିଗୁଡିକର ଅନୁଧ୍ୟାନ ସୁପ୍ରିମକୋର୍ଟ କରୁଛି । ସେହିଭଳି ମହାରାଷ୍ଟ୍ର୍ର ରେ ମୃତ୍ୟୁ ଅପେକ୍ଷା ଦାବି ଅଧିକ ରହିଥିବା ଜଣାଯାଇଛି ।