ବଳାତ୍କାରୀ ନାରାୟଣ ସାଇକୁ ଆଜି ହେବ ଦଣ୍ଡବିଧାନ ! ଦୁଇ ଭଉଣୀଙ୍କୁ ବଳାତ୍କାର କରିଥିବା ଦୋଷରେ କୋର୍ଟ ଶୁଣାଇବେ ଦଣ୍ଡାଦେଶ । 

331
ବଳାତ୍କାରୀ ଆସାରାମ ବାପୁର ବଳାତ୍କାରୀ ପୁଅ ନାରାୟଣ ସାଇକୁ କ’ଣ ଦଣ୍ଡବିଧାନ ହେବ ତାହା ଆଜି କୋର୍ଟ ତରଫରୁ ନିଷ୍ପତ୍ତି ନିଆଯିବ । ସୁରଟର ସେସନ୍ କୋର୍ଟ ଶୁକ୍ରବାର ଏପ୍ରିଲ୍ ୨୬ ତାରିଖରେ ସୁରଟରେ ରହୁଥିବା ଦୁଇ ଭଉଣୀଙ୍କ ସହ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ନାରାୟଣ ସାଇକୁ ଅଦାଲତ ଦୋଷୀ ଘୋଷଣା କରିବା ସହ ଏପ୍ରିଲ୍ ୩୦ ତାରିଖରେ ଦଣ୍ଡବିଧାନ କରିବାକୁ ଘୋଷଣା କରିଥିଲେ ।
ପୀଡିତାଙ୍କ ବୟାନ ଏବଂ ପ୍ରମାଣ ଅନୁସାରେ ପୋଲିସ୍ ନାରାୟଣ ସାଇ ଏବଂ ଆସାରାମ ବାପୁ ବିରୋଧରେ କେସ୍ କରିଥିଲା । ତେବେ ଏହି ଘଟଣା ୧୧ ବର୍ଷ ପୁରୁଣା । ପିଡିତାଙ୍କ ସାନ ଭଉଣୀ ନାରାୟଣ ସାଇଙ୍କ ପ୍ରତିଟି ଅବୈଧ ଠିକଣା ପୋଲିସ୍ କୁ ଦେଖାଇଥିଲେ । ଅନ୍ୟପକ୍ଷରେ ବଡଭଉଣୀ ଆସାରାମ ବାପୁଙ୍କ ବିରୋଧରେ ଏତଲା ଦେଇଥିଲେ । ଆସାରାମଙ୍କ ବିପକ୍ଷରେ ଏବେ ଗାନ୍ଧୀନଗର କୋର୍ଟରେ କେସ୍ ଚାଲିଛି । ନାରାୟଣ ସାଇଙ୍କ ବିପକ୍ଷରେ କୋର୍ଟ ଏବେ ପର୍ଯ୍ୟନ୍ତ ୫୩ ଜଣ ସାକ୍ଷୀଙ୍କ ବୟାନ୍ ନେଇସାରିଛି । ଏମାନଙ୍କ ଭିତରୁ କିଛି ମୁଖ୍ୟ ସାକ୍ଷୀ ମଧ୍ୟ ସାମିଲ୍ ଥିଲେ ଯେଉଁମାନେ ଏହି ଅଭିଯୁକ୍ତକୁ ପୀଡିତା ସହ ଯୌନଶୋଷଣ କରୁଥିବାର ଦେଖିଛନ୍ତି ନଚେତ୍ ସହଯୋଗ କରିଛନ୍ତି । କିନ୍ତୁ ପରମୁହୂର୍ତ୍ତରେ ଏମାନେ ସାକ୍ଷୀ ହୋଇଯାଇଛନ୍ତି ।

ତେବେ ନାରାୟଣ ସାଇ ବିରୋଧରେ ଯେତେବେଳେ କେସ୍ ହେଲା ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା । କିଛି ଦିନ ପୋଲିସ୍ ଆଖିରେ ଧୂଳି ଦେବାପରେ ସୁରତ୍ ପୋଲିସ୍ କମିଶନର୍ ରାକେଶ୍ ଅସ୍ଥାନା ୫୮ ଜଣିଆ ଟିମ୍ ଗଠନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏତଲା ଦେବାର ୨ ମାସ ପରେ ଅର୍ଥାତ୍ ଡିସେମ୍ବର ୨୦୧୩ ମାସରେ ନାରାୟଣ ସାଇ ହରିୟାଣା-ଦିଲ୍ଲୀ ସୀମା ପାଖରୁ ଗିରଫ କରାଯାଇଥିଲା । ଜେଲରେ ରହିବା ସମୟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ୧୩ କୋଟି ଟଙ୍କାର ଲାଞ୍ଚ୍ ଦେବା ଆରୋପ ମଧ୍ୟ ଅଭିଯୁକ୍ତ ଉପରେ ଲାଗିଥିଲା ।