ଲଭ ଜିହାଦ୍ ଆଇନ୍ ଆଣିବାକୁ ନେଇ ପଛଘୁଞ୍ଚା ଦେଲେ ଗୁଜୁରାଟ ସରକାର । ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ପରେ ବଡ ନିଷ୍ପତ୍ତି

74

କନକ ବ୍ୟୁରୋ: ଲଭ୍ ଜିହାଦ ଆଇନ ଆଣିବାକୁ ପଛ ଘୁଂଚା ଦେଲେ ଗୁଜୁରାଟ ସରକାର । ଲଭ ଜିହାଦ ଆଇନ ରାଜ୍ୟରେ ଲାଗୁ ନକରିବା ପାଇଁ ବିଜୟୀ ରୁପାଣୀଙ୍କ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଆଇନ ରହିଥିବାରୁ ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାଛଡା ରାଜ୍ୟ ସରକାର ଲଭ ଜିହାଦ ବିଲକୁ ବିଧାନସଭାରେ ଉପସ୍ଥାପନ କରିବା ଆଗୁର ଆଇନ ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ନେଇଥିଲେ । ସମସ୍ତେ ଲଭ ଜିହାଦ ବିଧେୟକ ବିରୋଧରେ ମତ ଦେବାକୁ ନିଜ ନିଷ୍ପତ୍ତିରୁ ଗୁଜରାଟ ସରକାର ଓହରି ଆସିଥିବା କୁହାଯାଉଛି ।

ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଲଭ ଜିହାଦ ବିରୋଧୀ ଆଇନ ଲାଗୁ ହୋଇଛି । ଏବେ ଗୁଜୁରାଟ ସରକାର ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଲଭ ଜିହାଦ ବିଲ ଉପସ୍ଥାପନ କରିବା ପାଇଁ ମନ ବଳାଇଥିଲେ । ହେଲେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ପରେ ଲଭ ଜିହାଦ ବିଲ ଅଧିବେଶନରେ ଉପସ୍ଥାନ କରିବା ସମ୍ଭାବନା କମ ବୋଲି ଚର୍ଚା ହେଉଛି । ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଥିବା ଆଇନରେ ବଳପୂର୍ବକ କିମ୍ବା ପ୍ରଲୋଭିତ କରି କାହାର ଧର୍ମ ପରିବର୍ତନ କରାଗଲେ କଡା ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।