ପେସାରେ ସୁରକ୍ଷାକର୍ମୀ କିନ୍ତୁ କାମ ଏମିତି ଯେକେହିବି କରୁଛନ୍ତି ସଲାମ୍ ! ମୁଠାଏ ମାଟି ପାଇଁ ୨୦ ବର୍ଷ ଧରି ସହିଦଙ୍କ ଘରକୁ ଲେଖୁଛନ୍ତି ଚିଠି ।

126

ନିଜ ସ୍ୱାର୍ଥ ପାଇଁ ତ ସଭିଏଁ କାମ କରନ୍ତି କିନ୍ତୁ କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ ବିନା କୌଣସି ସ୍ୱାର୍ଥରେ ପରର ହିତ ପାଇଁ କାମ କରନ୍ତି । ଏହି ଭଳି ଲୋକ ସମାଜ ଏବଂ ଦେଶ ପାଇଁ ଏକ ମିଶାଲ୍ ପାଲଟିଯାଆନ୍ତି । ଆଜି ଆମେ ଏହିଭଳି ଜଣେ ମଣିଷଙ୍କ ବିଷୟରେ କହିବାକୁ ଯାଉଛୁ ଯେ ଅନ୍ୟ ମୁଖରେ ହସ ଫୁଟାଇବା ପାଇଁ ୨୦ ବର୍ଷ ହେଲା ଚେଷ୍ଟା କରି ଆସିଛନ୍ତି ।

ଗୁଜୁରାଟର ସୁରତରେ ସିକ୍ୟୁରିଟି ଗାର୍ଡ ପେସାରେ ଥିବା ଜିତେନ୍ଦ୍ର ସିଂହ ଗତ ୨୦ ବର୍ଷ ଧରି ସୀମାରେ ସହିଦ୍ ହୋଇଥିବା ଯବାନଙ୍କ ଘରକୁ ଚିଠି ପଠାଉଛନ୍ତି । ତାଙ୍କ କହିବାନୁସାରେ ସୀମାରେ ଦିନରାତି,ଖରାକାକରରେ ଠିଆ ହୋଇ ଦେଶବାସୀଙ୍କୁ ଶତ୍ରୁ କବଳରୁ ରକ୍ଷା କରୁଥିବା ସୈନିକଙ୍କ ପରିବାର ମଧ୍ୟ ନିଜ ଯବାନ ପୁଅର ଘର ଲେଉଟାଣିକୁ ଚାହିଁ ରହିଥାନ୍ତି । କିନ୍ତୁ ଅବେଳରେ ବୀରପୁଅର ସୀମାରେ ହିଁ ସହିଦ୍ ହୋଇଯିବା ଘଟଣା ତାଙ୍କ ପାଇଁ ସହ୍ୟ କରିବା ଅତି କଷ୍ଟକର ହୋଇପଡେ । ଏଭଳି ସମୟରେ ସେ ଏହି ପରିବାରକୁ ଚିଠି ପଠାଇ ପୁଅର ଅନୁପସ୍ଥିତିକୁ ଜାହିର ହେବାକୁ ଦିଅନ୍ତି ନାହିଁ । ସେ ବହୁତ ଖୁସି ହୁଅନ୍ତି ଯେତେବେଳେ ତାଙ୍କୁ ଲୋକେ ମନେପକାନ୍ତି । ଜିତେନ୍ଦ୍ର ଆଗକୁ ଯାଇ ସହିଦଙ୍କ ସମ୍ମାନରେ ଏକ ସହିଦ୍ ସ୍ମାରକ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ସେ ଯେତେବେଳେ ଏଭଳି ପରିବାର ସହ ସାକ୍ଷାତ କରିବାକୁ ଯାଆନ୍ତି ସହିଦଙ୍କ ଘରୁ ମାଟି ନେଇ ଆସନ୍ତି । ଏହି ମାଟିକୁ ସେ ଖୁବ୍ ସମ୍ଭାଳି ରଖିଥାନ୍ତି ଏବଂ ଏହି ମାଟିରେ ହିଁ ‘ସହିଦ୍ ସ୍ମାରକ’ ପ୍ରସ୍ତୁତ କରିବାକୁ ଚାହାଁନ୍ତି ।

ଜିତେନ୍ଦ୍ରଙ୍କ କୁହନ୍ତି , କାରଗିଲ୍ ଯୁଦ୍ଧ ସମୟରେ ସବୁ ଯବାନ୍ ନିଜ ଘରକୁ ଚିଠି ଲେଖିଥିଲେ ଏହି କିନ୍ତୁ ଚିଠି ପହଞ୍ôଚବା ପୂର୍ବରୁ ଏହି ଯବାନ ସହିଦ୍ ହୋଇଯାଇଥିଲେ । ସେ ସେବେଠାରୁ ଏହି ଚିଠି ଲେଖିବା ପାଇଁ ମନସ୍ଥ କରିଥିଲେ । ଏହପରେ ସେ ଚିଠି ପଠାଇଥିବା ପରିବାରକୁ ସାକ୍ଷାତ କରିବାକୁ ମଧ୍ୟ ଯାଇଥିଲେ । ଗୋଟିଏ ପରିବାରରେ ଯବାନଙ୍କ ପିତାଙ୍କ କହିଥିଲେ ଯେ ପୁଅକୁ ହରାଇ ମୁଁ ଧରାଶାୟୀ ହୋଇପଡିଥିଲି କିନ୍ତୁ ଏହି ଚିଠି ଆସିବା ପରେ ପୁଅ ଆମ ପାଖରେ ହିଁ ଥିବାର ଅନୁଭବ କରୁଛି ।