କନକ ବ୍ୟୁରୋ : ବତ୍ୟା ପରେ ବନ୍ୟା ମାଡ... ବାତ୍ୟା ତୌତେ ଗୁଜୁରାଟରେ ଅନେକ କ୍ଷୟକ୍ଷତି କରିଛି । ବାତ୍ୟା ଯିବାର ଦିନ କେଇଟା ହୋଇନି... ଠିକ୍ ଭାବରେ ଗୁଜୁରାଟ ଅଣ୍ଟା ସଳଖି ଛିଡା ହୋଇନଥିବା ବେଳେ ମାଡିଆସିଛି ଆଉ ଏକ ବିପଦ । ବାତ୍ୟା ଯାଉ ଯାଉ ବନ୍ୟା ମାଡିଆସିଛି । ଆଉ ନଷ୍ଟ ହୋଇଯାଇଛି କୋଟି କୋଟି ଟଙ୍କାର ଲୁଣ । ବନ୍ୟାରେ ୧୦ କୋଟି ଟଙ୍କାର ଲୁଣ ବୋହିଯାଇଛି । କ୍ଷତ୍ତି ଉପରେ କ୍ଷତି ସହିଛନ୍ତି ଲୁଣ ଉତ୍ପାଦନକାରୀ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୩ଲକ୍ଷ ଟନ୍ ଲୁଣ ବାହାରକୁ ପଠାଯିବା ପାଇଁ ଖୋଲାରେ ରଖାଯାଇଥିଲା । ବାତ୍ୟା ତୌତେ ଏବଂ ତାପରେ ବନ୍ୟା ଆସି ସବୁକିଛି ବର୍ବାଦ କରିଦେଇଛି । ତେବେ ଏହି ଏହି ଲୁଣର ବଜାର ମୂଲ୍ୟ ଟନ୍ ପିଛା ୩ଶହ ଟଙ୍କାରୁ ଆରମ୍ଭ କରି ୩୫୦ ଟଙ୍କା ରହିଥିଲା । ତେଣୁ ଏହିଥିରୁ ଅନୁମାନ କରାଯାଉଛି କି, ପ୍ରାୟ ୧୦ କୋଟି ଟଙ୍କାର କ୍ଷତି ଲୁଣ ଉତ୍ପାଦନକାରୀଙ୍କୁ ସହିବାକୁ ପଡିଛି ।
ପ୍ରାୟ ୮ମାସ ଧରି ପରିଶ୍ରମ କରି ଲୁଣ ଉତ୍ପାଦନ କାରଯାଇଥାଏ । ଠିକ୍ ମେ ମାସ ସୁଦ୍ଧା ଲୁଣ ଉତ୍ପାଦନ କାର୍ଯ୍ୟ ଶେଷ ପର୍ଯ୍ୟାରେ ପହଞ୍ଚିଥାଏ ଏବଂ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଥାଏ । ଚଳିତ ବର୍ଷ ମଧ୍ୟ ସବୁକିଛି ଠିକ୍ ଚାଲିଥିଲା କିନ୍ତୁ ବାତ୍ୟା ତୌତେ ସବୁକିଛି ଛାରଖାର କରିଦେଇଛି । ଏତେ ବଡ କ୍ଷତିକୁ ନେଇ ଲୁଣ ଉତ୍ପାଦନକାରୀ ଚିନ୍ତାରେ ପଡିଯାଇଛନ୍ତି