ଗରବା କ୍ୟାପିଟାଲ୍ (ଗରବାର ରାଜଧାନୀ) ନାଁରେ ବିଶ୍ୱବିଖ୍ୟାତ ଗୁଜୁରାଟ୍ ସହରରେ ନବରାତ୍ରୀ ଅବସରରେ ଗରବାର ସନ୍ଧ୍ୟା ଆୟୋଜିତ କରାଯାଇଛି । ନବରାତ୍ରୀର ୯ ରାତିରେ ଗରବା ଡ୍ୟାନ୍ସର ଷ୍ଟେପ୍ ରେ ଝୁମୁଛନ୍ତି ଗୁଜୁରାଟବାସୀ । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲୁଛି ଏହି ଗରବା ଡ୍ୟାନ୍ସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହରାଜ୍ୟରେ ମଧ୍ୟ ଗରବାର କ୍ରେଜ୍ ଦେଖିବାକୁ ମିଳିଛି । ଯୁବତୀମାନେ ପିଠି ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାଟୁ କରିବା ପରେ ଏବେ ସୁରତ୍ ରେ ଶୁକ୍ରବାର ଗରବା ଖେଳୁଥିବା ଡ୍ୟାନ୍ସର ମୋଦିଙ୍କ ମୁହଁ ଲାଗିଥିବା ମୁଖା ପିନ୍ଧି ବେସ୍ ଝୁମିଥିଲେ । ପିଲାଠାରୁ ଆରମ୍ଭ କରି ଯୁବା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଥିଲେ ମୋଦି । ଆପଣଙ୍କୁ କହିରଖୁଛୁ ଚଳିତ ବର୍ଷ ନବରାତ୍ରୀରେ ଯୁବତୀମାନଙ୍କ ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ହଟିବା ପରେ ଭାରତ ସମର୍ଥନରେ ଯୁବତୀମାନେ ପିଠିରେ ଟାଟୁ କରିଥିବା ଦେଖାଦେଇଥିଲେ । କେବଳ ଏତିକି ନୁହଁ ଚନ୍ଦ୍ରଯାନ-୨ ଏବଂ ନୂଆ ମଟରଯାନ ଆଇନ୍ ର ସମର୍ଥନରେ ଯୁବତୀମାନେ ଟାଟୁ କରିଥିଲେ ।
#WATCH Gujarat: People play garba wearing masks of PM Narendra Modi, in Surat. #Navratri (04.10.2019) pic.twitter.com/iQbgaMX5IE
— ANI (@ANI) October 5, 2019
ମୋଦି ଏବଂ ଟ୍ରମ୍ପଙ୍କ ଦୋସ୍ତିର କ୍ରେଜ୍ ଏବେ ଆମେରିକାରୁ ଆରମ୍ଭ କରି ଗୁଜୁରାଟ୍ ପର୍ଯ୍ୟନ୍ତ ପହଁଚି ଯାଇଛି । ସାମାଜିକ ବାର୍ତ୍ତା ପ୍ରସାରିତ କରିବା ପାଇଁ ଗୁଜୁରାଟ୍ ଲୋକେ ଏଭଳି ଗରବା ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି ଏବଂ ନିଜ ପ୍ରିୟ ଶାସକଙ୍କ ପ୍ରତି ପ୍ରେମକୁ ଜାହିର କରି ଗୁଜୁରାଟ୍ ବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖାକୁ ନିଜ ମୁହଁରେ ଲଗାଇ ଡ୍ୟାନ୍ସ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-5.jpg)