ସୁରତର କଫି ସପରେ ଓଡ଼ିଆ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର

302

କନକ ବ୍ୟୁରୋ : ସୁରତର କଫି ସପରେ ଓଡ଼ିଆ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଗଞ୍ଜାମ ଜିଲ୍ଲା ପୋଲସରା କଲମ୍ବ ଗାଁର ସନ୍ତୋଷ ସାହୁ ପରିବାର ସହ ସୁରତରେ ରହୁଛନ୍ତି । ସନ୍ତୋଷଙ୍କ ଝିଅ ମଧୁସ୍ମିତା ଜଣେ କଲେଜ ସାଙ୍ଗଙ୍କ ସହ ଏକ କଫି ସପକୁ ଯାଇଥିଲେ । ଦୁଇ ଜଣ ଅଚେତ ହୋଇଯିବା ପରେ ସେମାନଙ୍କୁ ସୁରତ ନ୍ୟୁ ସିଭିଲ ହସ୍ପିଟାଲ ନିଆଯାଇଥିଲା ।

ଡାକ୍ତର ସେଠାରେ ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ମଧୁସ୍ମିତାଙ୍କ ସାଙ୍ଗ ହସ୍ପିଟାଲରୁ ଚମ୍ପଟ ମାରିଥିଲେ । ପୋଲିସ ପହଂଚି ପଚରାଉଚରା ଆରମ୍ଭ କରିଥିଲା । ପରିବାର ଲୋକେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।