କନକ ବ୍ୟୁରୋ : ଚାରିଆଡେ ଶୋକାକୂଳ ପରିବେଶ । ଘର ଠାରୁ ଗଳି, ପୁଣି ଗଳିରୁ ସହର ଚାରିଆଡେ କିଭଳି ଭାବେ ଛାଇ ଯାଇଛି ଏକ ନିବରବତା । ହେଲେ ମଶାଣୀରେ ଶବ ରଖି କାନ୍ଦୁଛି ପରିବାର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ମୌରବି ପୋଲ ଦୁର୍ଘଟଣା ମାମଲାରେ ୧୩୪ ଶବ ପାଖରେ ବସି ରହିଛନ୍ତି ସମସ୍ତଙ୍କ ପରିବାର ଲୋକ ।
ମୌରବୀ ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩୪ ଜଣ ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ଏବେ ମଶାଣୀର ଅଭାବ ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଛି କି ସହରର ୪ ଟି ଯାକ କବରସ୍ଥାନ ଓ ମଶାଣୀ ଆଗରେ ପରିବାର ଲୋକମାନେ ଶବକୁ ରଖି ଅପେକ୍ଷା କରିଛନ୍ତି ।
ସଦ୍ୟ ସୂଚନା ମୁତାବକ ସହରର ଗୋଟିଏ କବରସ୍ଥାନରେ ୨୬ ଜଣଙ୍କ ଶବ ସକ୍ରାର କରାଯାଇଛି । ଏଥିପାଇଁ ଦୁର୍ଘଟଣା ଘଟିବା ରାତି ଠାରୁ ତା ପରଦିନ ୭ ଟା ପର୍ଯ୍ୟନ୍ତ ପାଖାପାଖି ୧୫୦ ଲୋକ କବର ଖୋଳୁଥିଲେ । ଏହାସହ କବର ଦିଆଯାଇଥିବା ଲୋକଙ୍କ ପାଇଁ ଆଜି ସହରର ମୁସଲିମ ସମୁଦାୟ ଜିୟାରତ ଓ ଫାତିହା ପଢିବେ ।
ଏଡି ଦୁର୍ଘଟଣା ପରେ ମଶାଣୀ ଓ କବରସ୍ଥାନରେ ଏକପ୍ରକାର ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ କବର ସ୍ଥାନରେ ମୌରବୀ ପୋଲ ଦୁର୍ଘଟଣାରେ ଶବକୁ ମିଳୁନି ମଶାଣୀ, ଶବ ଧରି ଏଠି ସେଠି ବୁଲୁଛନ୍ତି ଆତ୍ମୀୟ ଙ୍କୁ ବିଦାୟ ଦେବାକୁ ଭିଡ ତ ସେପଟେ ମଶାଣୀରେ ମୌରବୀ ପୋଲ ଦୁର୍ଘଟଣାରେ ଶବକୁ ମିଳୁନି ମଶାଣୀ, ଶବ ଧରି ଏଠି ସେଠି ବୁଲୁଛନ୍ତି ଆତ୍ମୀୟଙ୍କୁ ବିଦାୟ ଦେବାକୁ ଅପେକ୍ଷା ।
ସେପଟେ ଗୁଜରାଟ ସରକାର ମୌରବୀ ପୋଲ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଅକ୍ଟୋବର ୨ ତାରିଖକୁ ରାଜ୍ୟବ୍ୟାପୀ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଆଯାଇଛି ।
ଅନ୍ୟପଟେ ଏହି ଦୁର୍ଘଟଣାର ଯାଂଚ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ବିରୋଧରେ ହତ୍ୟା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ।