କନକ ବ୍ୟୁରୋ: ପୂର୍ବରୁ କୋଲକାତାର ଫ୍ଲାଇଓଭର ଘଟଣାରେ ଅନ୍ୟ ଦଳକୁ ଅନେକ କଟାକ୍ଷ କରିିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଏବେ ମୌରବୀ ଝୁଲାପୋଲ ଦୁର୍ଘଟଣାରେ କାହାକୁ ଦୋଷଦେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଏହି କ୍ରମରେ କୋଲକାତାର ଫ୍ଲାଇଓଭର ଭୁଷୁଡିବା ବେଳେ ମୋଦୀ ଯେଉଁଭଳି ଭାବେ ଅନ୍ୟ ଦଳଙ୍କୁ କଟାକ୍ଷ କରିଥିଲେ ତା’ର ଏକ ଭିଡିଓ ଜାରି କରିଛନ୍ତି ବିରୋଧୀ ।

Advertisment

୨୦୧୬ ଏପ୍ରିଲ ୭ତାରିଖରେ ପଶ୍ଚିମବଙ୍ଗ, ମଦାରିହାଟର ଏକ ଜନସଭାରେ ଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । କୌଣସି ପୋଲ ଦୁର୍ଘଟଣାକୁ ନେଇ ଅନ୍ୟ ଦଳକୁ ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ କଣ କହିବେ । କାରଣ ଗୁଜରାଟ ସେହି ରାଜ୍ୟ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦୀ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ବିଜେପିର ଗଡ ବୋଲାଉଥିବା ଗୁଜରାଟରେ ଏତେ ବଡ ଅଘଟଣକୁ ନେଇ ଶାସନରେ ଥିବା ବିଜେପି ସରକାର କଣ ଜବାବ ଦେବେ । ସବୁଠାରୁ ବଡ କଥା ହେଲା ଦୁର୍ଘଟଣା ହେବାର ୩ ଦିନ ପରେ ଝୁଲା ପୋଲଟି ଛିଡି ଯାଇଛି । ଏହାକୁ ନେଇ କଣ ଜବାବ ଦେବେ ପ୍ରଧାନମନ୍ତ୍ରୀ  ବୋଲଇ ବରିଷ୍ଠ ବିରୋଧୀ ନେତା ଟାର୍ଗେଟ କରିଛନ୍ତି ।