ମୁନ୍ଦ୍ରା ବନ୍ଦରରୁ ଧରାପଡିଥିବା ଡ୍ରଗ୍ସର ମୂଲ୍ୟାଙ୍କନ କରିଛି ବିଭାଗ, ୨୦ ହଜାର କୋଟିର ଡ୍ରଗ୍ସ ନେଇ ଆଇଏସଆଇ ଉପରେ ସନ୍ଦେହ

72

କନକ ବ୍ୟୁରୋ : ଗୁଜୁରାଟର କଚ୍ଛ୍ ଅଞ୍ଚଳରେ ଥିବା ମୁନ୍ଦ୍ରା ବନ୍ଦରରୁ ଧରାପଡିଥିବା ଆଫଗାନ ହେରୋଇନ ର ଆନୁମାନିକ ମୂଲ୍ୟ ଏବେ ୯ ହଜାର କୋଟିରୁ ବୃଦ୍ଧି ପାଇ ୧୧ ହଜାର କୋଟିରେ ପହଂଚିଛି । ପୂର୍ବ ୬ ଦିନ ମଧ୍ୟରେ ଏହି ଧଳା ଜହରର ମୂଲ୍ୟାଙ୍କନ କାମ ଜାରି ରହିଛି । କୁହାଯାଉଛି କି ଏହାର ମୂଲ୍ୟ ୨୦ ହଜାର କୋଟି ଟଙ୍କା ହୋଇପାରେ । ଏହି ଡ୍ରଗ୍ସ କାରବାରର ସଂଯୋଗ ଆନ୍ଧ୍ର ପ୍ରଦେଶର ବିଜୟୱାଡା ବୋଲି କୁହାଯାଉଛି । ଅନ୍ୟପଟେ କୁହାଯାଉଛି କି ଏତେ ବଡ ପରିମାଣର ହେରୋଇନ କାରବାର ପଛରେ ତାଲିବାନ ଓ ଆଇଏସଆଇର ସହଯୋଗ ରହିଛି । ଏହି ମାମଲାରେ ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ତଦନ୍ତ କରିପାରେ ।

ତାଲିବାନ ଓ ଆଇଏସଆଇକୁ ସନ୍ଦେହ କରିବା ପଛରେ ଡିଆରଆଇ ରଖିଥିବା ଯୁକ୍ତି ଏଭଳି ଯେ ଯେତେବେଳ ଆନ୍ଧ୍ରପ୍ରଦେଶର ବିଜୟୱାର୍ଡା ଠାରେ ଏହି କଣ୍ଟେନରକୁ ଧରା ଯାଇଥିଲା । ସେଠାରେ ଏହାକୁ ଏକ ଫାର୍ମ ଦ୍ୱାରା ‘ଟେଲକମ ପାଉଡର’ ବୋଲି ଘୋଷଣା କରାଯାଇଥଲା । ସେହି ଫାର୍ମ ଟି ଆଫଗାନିସ୍ତାନର କାନ୍ଦାହାର ସ୍ଥିତ ହସନ ହୁସେନ ଲିମିଟେଡ ବୋଲି ପ୍ରମାଣ ଦିଆଯାଇଥିଲା । ଯେତେବେଳେ ଏହି କନସାଇନମେଣ୍ଟ ଆଫଗାନିସ୍ତାନ ରାସ୍ତା ଦେଇ ଇରାନ ଓ ପରେ ଗୁଜୁରାଟର କଚ୍ଛସ୍ଥିତ ମୁନ୍ଦ୍ରା ବନ୍ଦରରେ ପହଂଚିଥିଲା ସେତେବେଳେ ଡିଆରଆଇ ଓ କଷ୍ଟମ ବିଭାଗ ଦ୍ୱାରା ଏହାର ଯାଂଚ କରାଯାଇଥିଲା । ସେତେବେଳେ ଏକଥା ସାମ୍ନାକୁ ଆସିଥିଲା କି କଣ୍ଟେନରେ ଟେଲକମ୍ ପାଉଡର ନୁହେଁ ବରଂ ହଜାର ହଜାର କୋଟି ଟଙ୍କାର ଡ୍ରଗ୍ସ ଆସିଛି ।

କଣ୍ଟେନରକୁ ଆନ୍ଧ୍ର ପ୍ରଦେଶର ବିଜୟୱାଡା ସ୍ଥିତ ଆସୀ ଟ୍ରେଡିଂ ଫାର୍ମ ଦ୍ୱାରା ଆମଦାନୀ କରାଯାଇଥିଲା । ଅସୀ ଟ୍ରେଡିଂ ଚଳାଉଥିବା ଦମ୍ପତି ସୁଧାକର ଓ ବୈଶାଳୀକୁ ଚେନ୍ନାଇ ଠାରେ ଗିରଫ୍ କରାଯାଇଛି । ଏହାସହ ସେମାନଙ୍କୁ ଡିଆରଆଇ ୧୦ ଦିନିଆ ରିମାଣ୍ଡରେ ନେଇଛି ।

ସୂଚନା ମୁତାବକ ଏହି ପୂରା ମାମଲାରେ କିଛି ବଡ ଲୋକଙ୍କ ସାମିଲ ଥିବା ଅନୁମାନ କରାଯାଉଛି । ସୋମବାର ରାତିରେ ଡିଆରଇ ଦିଲ୍ଲୀରେ ଦୁଇଜଣ ଆଫଗାନ ନାଗରିକଙ୍କ ସମେତ ଜଣେ ଭାରତୀୟ ନାଗରିକଙ୍କୁ ନିଜ ହେପାଜତକୁ ନେଇଛି ।