କନକ ବ୍ୟୁରୋ : ଗୁଜୁରାଟ ପାଲଟିଲାଣି ଡ୍ରଗ୍ସ,ହେରୋଇନ ଆଦି ବିଭିନ୍ନ ମାଦକ ଦ୍ରବ୍ୟର ଆଡ୍ଡାସ୍ଥଳୀ । ଯୁଆଡ଼େ ଚାହିଁବ ସେଠୁ ମିଳୁଛି କୋଟି କୋଟି ଟଙ୍କାର ମାଦକଦ୍ରବ୍ୟ । ପୁଣି ଗୁଜୁରାଟରୁ ମିଳିଛି ୫୦ କିଲୋଗ୍ରାମ ଡ଼୍ରଗ୍ସ । ନିକଟରେ ଶୁକ୍ରବାର ରାତିରେ ଗୁଜୁରାଟ ପୋଲିସର ଇଣ୍ଡିଆନ କୋଷ୍ଟଗାର୍ଡ଼ ଏବଂ ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ଼ର ମିଳିତ ଅପରେସନରେ ଏକ ସଫଳତା ହାସଲ ହୋଇଛି । ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ଡ଼ଙ୍ଗାରୁ ୩୫୦ କୋଟି ଟଙ୍କା ମୂଲ୍ୟର ୫୦ କିଲୋଗ୍ରାମ ଡ଼୍ରଗ୍ସ ଜବତ ହୋଇଛି । ଶୁକ୍ରବାର ରାତିରେ କୋଷ୍ଟଗାର୍ଡ଼ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ପାଟ୍ରୋଲିଂ ପାଇଁ ଦୁଇଟି ଇରସେପ୍ଟର ଜାହାଜ ସି-୪୨୯ ଏବଂ ସି-୪୫୪ ନିୟୋଜିତ କରାଯାଇଥିଲା । ପରେ ମଧ୍ୟରାତ୍ରିରେ ଏକ ପାକିସ୍ତାନୀ ଡ଼ଙ୍ଗା ଗୁଜୁରାଟର ଜାଖା ଠାରୁ ୪୦ ନଟିକାଲ ମାଇଲ ଦୂରରେ ଭାରତୀୟ ଅଂଚଳ ଭିତରେ ପାଂଚ ନଟିକାଲ ମାଇଲ ଉପରେ ଗତି କରୁଥିବା ଦେଖାଯାଇଥିଲା । ପାକିସ୍ତାନୀ ଡ଼ଙ୍ଗା ଖସିଯିବା ଆରମ୍ଭ କରିଥିଲା । ବହୁ ବିରୋଧ ପରେ କୋଷ୍ଟଗାର୍ଡ଼ ଜାହାଜକୁ ଅଟକାଇ ଯାଂଚ କରିଥିଲେ । ଯାଂଚ ପରେ ୫୦ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଛି । ଯାହା ହେରୋଇନ ବୋଲି କୁହାଯାଉଥିବାବେଳେ ଏହାର ବଜାର ମୂଲ୍ୟ ୩୫୦ କୋଟି ହେବ ବୋଲି ସୂଚନା ରହିିଛି । ଏହା ସହ ଅକ୍ଟୋବର ୭ରେ ମଧ୍ୟ ମୁମ୍ବାଇ ଏବଂ ଗୁଜୁରାଟରୁ ୬୦ କିଲୋଗ୍ରାମରୁ ଅଧିକ ମେଫେଡ଼୍ରୋନ ଜତବ ହୋଇଛି । ଯାହାର ମୂଲ୍ୟ ୧୨୦ କୋଟି ବୋଲି ଜଣାପଡ଼ିଛି । ଏହି ଘଟଣାରେ ଏୟାର ଇଣ୍ଡିଆର ଜଣେ ପୂର୍ବ ପାଇଲଟ ସହ ୬ ଜଣକୁ ଗିରଫ କରାଯାଇଛି ।

Advertisment

ଡ୍ରଗ୍ସ ହଟସ୍ପଟ୍ ‘ଗୁଜରାଟ’
-୨୦୨୨ ,ଏପ୍ରିଲ ୨୦ରେ ଗୁଜୁରାଟର କାଣ୍ଡଲା ପୋର୍ଟ ୨୦ କିଲୋଗ୍ରାମ ଡ଼୍ରଗ୍ସ ଜବତ ହୋଇଥିଲା ।
-୨୯ ଏପ୍ରିଲ,୨୦୨୨ରେ ଗୁଜୁରାଟର ପିବାବ ପୋର୍ଟରୁ ୩୯୬ କିଲୋ ହେରୋଇନ୍ ଜବତ
- ମେ ୨୭,୨୦୨୨ରେ ଗୁଜୁରାଟର ମୁନ୍ଦ୍ରା ପୋର୍ଟରୁ ୫୬ କିଲୋଗ୍ରାମର କୋକେନ ଜବତ ହୋଇଥିଲା
ଏହାର ବଜାର ମୂଲ୍ୟ ୫ଶହ କୋଟି ବୋଲି ସୂଚନା ରହିଛି ।
- ଅଗଷ୍ଟ ୧୭ ତାରିଖ ବଡୋଦରା ଏବଂ ଅଙ୍କଲେଶ୍ୱରରେ ସ୍ୱତନ୍ତ୍ର ଟିମର ଚଢ଼ାଉ ଫଳରେ ୨ ହଜାର କୋଟିର ଡ଼୍ରଗ୍ସ ଜବତ କରିଛି ।
- ସମୁଦ୍ର ମଝିରେ ପାକିସ୍ତାନୀ ମାଛଧରା ଜାହାଜରୁ ସେପ୍ଟେମ୍ବର ୧୪ରେ ୪୦ କିଲୋଗ୍ରାମର ହେରୋଇନ୍ ଜବତ ହୋଇଥିଲା
- ଏହାର ମୂଲ୍ୟ ୨୦୦ ଶହ କୋଟି ଟଙ୍କା ଥିଲା
-ଅକ୍ଟୋବର ୪ ତାରିଖ, ଗୁଜୁରାଟର ଉପକୂଳ ଅଂଚଳରୁ ଜଳବାହିନୀ ଦ୍ୱାରା ୨ଶହ କିଲୋଗ୍ରାମ ଡ଼୍ରଗ୍ସ ଜବତ
-ଏହାର ବଜାର ମୂଲ୍ୟ ୧ ହଜାର କୋଟି
-ସେପ୍ଟେମ୍ବର ୭,୨୦୨୧ ମସିହାରେ ଗୁଜୁରାଟର ମୁନ୍ଦ୍ରା ପୋର୍ଟରେ ୨୧ ହଜାର କୋଟିର ଡ଼୍ରଗ୍ସ ଜବତ
- ନଭେମ୍ବର ୧୫ରେ ୧୨୦ କିଲୋଗ୍ରାମର ହେରୋଇନ ଗୁଜୁରାଟ ମୋରବିର ଜିଂଜୁଦା ଗାଁରୁ ଜବତ ହୋଇଥିଲା
-ଯାହାର ମୂଲ୍ୟ ୬ ଶହ କୋଟି

ମିଳିଥିବା ସୂଚନା ଅନୁସାରେ ଦେଶରେ ୨୦୨୧ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ମୋଟ ୩ ହଜାର ୮ଶହ କିଲୋଗ୍ରାମରୁ ଅଧିକ ଧଳାଜହର ଜବତ ହୋଇଛି । ଏହାକୁ ରୋକିବା ପାଇଁ ଗୁଜରାଟ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ବି ଏହାକୁ ସମ୍ପୂର୍ଣ୍ଣଭାବେ ରୋକିବା ଏବେ ସୁଦ୍ଧା ସମ୍ଭବ ହୋଇପାରିନି ।