କନକ ବ୍ୟୁରୋ : ଗୁଜରାଟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ବିଜେପି ପୂର୍ବଥରର ସମସ୍ତ ରେକର୍ଡ ଭାଙ୍ଗି ଏଥର ୧୫୦ ରୁ ଅଧିକ ଆସନ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ ଗୁଜରାଟରେ କ୍ରମାଗତ ଭାବେ ସପ୍ତମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ଏହି କ୍ରମରେ ବିଜେପିର ରାଜ୍ୟ ଅଧ୍ୟକ୍ଷ ସିଆର ପାଟିଲ ଘୋଷଣା କରିଛନ୍ତି କି ଡିସେମ୍ବର ୧୨ ତାରିଖରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାସହ ଏବେ ମୁଖ୍ୟମନ୍ତ୍ରୀ ଥିବା ଭୂପେନ୍ଦ୍ରଭାଇ ପଟେଲ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Advertisment

ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି କି ଡିସେମ୍ବର ୧୨ ତାରିଖ ଦିନ ୨ ଟା ବେଳେ ଶପଥଗ୍ରହଣ ସମାରୋହ ହୋବ । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଭାଇ ପଟେଲ ଶପଥ ନେବେ । ଏହି ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ସିଆର ପାଟିଲ କହିଛନ୍ତି କି ସରକାର କଂଗ୍ରେସ ପାର୍ଟିକୁ ବିରୋଧୀ ଭାବେ ଗ୍ରହଣ କରିବ । ହେଲେ ଆମ୍ ଆଦମୀ ପାର୍ଟି ଗୁଜରାଟରେ କୌଣସି ସ୍ଥାନରେ ନାହିଁ ବୋଲି କହିଛନ୍ତି ସିଆର ପାଟିଲ । ଗାନ୍ଧୀନଗର ହେଲିପ୍ୟାଡ ଗ୍ରାଉଣ୍ଡରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ କହିଛନ୍ତି କି ଗୁଜରାଟ ବିକାଶରେ କିଭଳି ବିରାମ ନଲାଗୁ ତାହା ଚାହିଁଛନ୍ତି ରାଜ୍ୟର ଜନତା । ରାଜବାସୀ ଦୀର୍ଘ ୨ ଦଶନ୍ଧୀ ଧରି ଗୁଜରାଟର ବିକାଶକୁ ଅନୁଭବ କରୁଥିବାରୁ ପୁଣିଥରେ ବିଜେପିକୁ ସୁଯୋଗ ଦେଇଛନ୍ତି ।