ଗୁଜୁରାଟ ସୁରଟ ରଘୁବୀର କପଡା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୪୦ ଟି ଦମକଳ ବାହିନୀ ନିୟୋଜିତ । ଅଗ୍ନିକାଣ୍ଡ ଏତେ ଭୟଙ୍କର ରୂପ ନେଇଛି ଯେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି । /kanak/media/post_attachments/wp-content/uploads/2020/01/dsfs-300x213.jpg)
ସୂଚନାନୁସାରେ, ସାରୋଲି ଅଞ୍ଚଳରେ ଥିବା ୧୦ ମହଲା ବିଶିଷ୍ଟ କପଡା ମାର୍କେଟକୁ ନିଆଁ ବ୍ୟାପିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ । ପୂର୍ବରୁ କିଛି ଦିନ ତଳେ ଏହି ମାର୍କେଟର ନବମ ମହଲାରେ ନିଆଁ ଲାଗିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଚାଲିଥିବା ବେଳେ ଯାଞ୍ଚ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/default.jpg)