ବିକାଶ ପ୍ରସଙ୍ଗରେ କଂଗ୍ରେସ ଦଳ ନିର୍ବାଚନ ଲଢ଼ିବାକୁ ମୋଦିଙ୍କ ଆହ୍ଵାନ

ବିକାଶ ପ୍ରସଙ୍ଗରେ କଂଗ୍ରେସ ଦଳ ନିର୍ବାଚନ ଲଢ଼ିବାକୁ ମୋଦିଙ୍କ ଆହ୍ଵାନ

Source: .hindustantimes.com

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନୀ ସରଗରମ ଲଗାତାର ବଢ଼ିଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପୁଣି ଗୁଜରାଟ ଗସ୍ତ କରି ଗାନ୍ଧୀନଗରରେ ଏକ ମେଗା ରାଲିରେ ଉଦବୋଧନ ଦେଇଛନ୍ତି । ଗୁଜରାଟ ଗୌରବ ଯାତ୍ରାର ସମାପନ ଅବସରରେ ଅନୁଷ୍ଠିତ ଗୁଜରାଟ ଗୌରବ ମହାସମ୍ମେଳନରେ ମୋଦି କଂଗ୍ରେସକୁ କଡ଼ା ସମାଲୋଚନା କରି ଏହି ଦଳ ବିକାଶର ଶତ୍ରୁ ପାଲଟିବା ସହ ସର୍ବଦା ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା କହିଛନ୍ତି । ବିକାଶ ପ୍ରସଙ୍ଗରେ କଂଗ୍ରେସ ଦଳ ନିର୍ବାଚନ ଲଢ଼ିବାକୁ ମୋଦି ଆହ୍ଵାନ ଦେଇଛନ୍ତି ।

ଗୁଜରାଟରେ ହୋଇଥିବା ବିକାଶ ଏବଂ ଗୁଜରାଟ ଜନତାଙ୍କ ପ୍ରଗତିରେ କଂଗ୍ରେସ ଇର୍ଷାନ୍ଵିତ ହୋଇ କାମ କରୁଛି । ବିକାଶକୁ ସବୁବେଳେ ସ୍ଥାଣୁ ପ୍ରକ୍ରିୟାରେ ରଖୁଥିବା କଂଗ୍ରେସ ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପ ଶେଷ କରିବାକୁ ଉଦ୍ୟମ କରିନଥିଲା । ଦେଶକୁ ଅନେକ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଦେଇଥିବା କଂଗ୍ରେସ ଏବେ କେବଳ ମିଥ୍ୟାର ପ୍ରଚାର ପ୍ରସାରରେ ମାତିଛି ବୋଲି ମୋଦି କହିଛନ୍ତି ।

ଦେଶରେ ନୈରାଶ୍ୟର ବାତାବରଣ ଏବଂ ବିଭାଜନ ସୃଷ୍ଟି କରି କେବଳ ଭୋଟ୍ ରାଜନୀତିରେ ଫାଇଦା ଉଠାଇବାକୁ କଂଗ୍ରେସ ଚାହୁଛି ବୋଲି ସେ କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବା ବଦଳରେ ବିକାଶ ପ୍ରସଙ୍ଗରେ କଂଗ୍ରେସ ନିର୍ବାଚନ ଲଢ଼ିବା ପାଇଁ ଆଗକୁ ଆସୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ଵାନ ଦେଇଛନ୍ତି। କଂଗ୍ରେସ ସରକାରରେ ଥିବା ମନ୍ତ୍ରୀମାନେ ଏବଂ ଏହାର ନେତାଗଣ ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଥିଲେ ଏବଂ ଏହି ଦଳ ଏକ ‘ଜମାନତି’ ଦଳ ପାଲଟି ଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe