ଗୁଜରାଟ ନିର୍ବାଚନ: କଂଗ୍ରେସକୁ ଝଟକା ଦେଲେ ଜିଗ୍ନେଶ, ରାହୁଲଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଅଚାନକ ବାତିଲ

Advertisment
ଗୁଜରାଟ ନିର୍ବାଚନ: କଂଗ୍ରେସକୁ ଝଟକା ଦେଲେ ଜିଗ୍ନେଶ, ରାହୁଲଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଅଚାନକ ବାତିଲ

Source: i.ndtvimg.com

କନକ ବ୍ୟୁରୋ: ଗୁଜରାଟର ଯୁବ ଦଳିତ ନେତା ଜିଗ୍ନେଶ ମେଓ୍ଵାନି ଗତକାଲି କଂଗ୍ରେସକୁ ଝଟକା ଦେଇଛନ୍ତି । କଂଗ୍ରେସ ଦଳିତଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବ ଏବଂ କଂଗ୍ରେସର ସଂରକ୍ଷଣ ନୀତି କ’ଣ ରହିବ ସେ ସଂପର୍କରେ ସ୍ଥିତି ସ୍ପଷ୍ଟ କରାଯାଉ ନଥିବାରୁ ଜିଗ୍ନେଶ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଥିବା ସାକ୍ଷାତ କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି ।

ଗୁଜରାଟ ଦାୟିତ୍ୱରେ ଥିବା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କହିଛନ୍ତି ଯେ, ଦଳ ଏବାବଦରେ ସ୍ଥିତି ସ୍ପଷ୍ଟ କରିନଥିବାରୁ ଜିଗ୍ନେଶ ଏଭଳି ପଦକ୍ଷେପ ନେଇଛନ୍ତି । କଂଗ୍ରେସକୁ ସମର୍ଥନ ନେଇ ଜିଗ୍ନେଶ ଟାଳଟୁଳ ନୀତି ଧରିଥିବା ବେଳେ ରାହୁଲଙ୍କ ସହ ଜିଗ୍ନେଶଙ୍କ ପରବର୍ତ୍ତୀ ଆଲୋଚନା ବୈଠକ କେବେ ହେବ ସେ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ ।

ତେବେ ଗେହଲଟ କହିଛନ୍ତି ଯେ, ସେ ମେଓ୍ଵାନିଙ୍କ ସହ ୨ ଥର କଥାବାର୍ତ୍ତା କରିଛନ୍ତି ଏବଂ ଗୁଜରାଟରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ୁଥିବାରୁ ଏଥିନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । କଂଗ୍ରେସ କେବଳ ଜାତିଗତ ସମୀକରଣ ଆଧାରରେ ଗୁଜରାଟ ନିର୍ବାଚନ ଲଢ଼ିବ ବୋଲି ହେଉଥିବା ପ୍ରଚାରକୁ ଗେହଲଟ ଖଣ୍ଡନ କରିଛନ୍ତି ଏବଂ ସବୁ ବର୍ଗର ବିକାଶ ହିଁ କଂଗ୍ରେସର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe