କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଡିସେମ୍ବର ୧ ଓ ୫ ତାରିଖରେ ନିର୍ବାଚନ ହେବ । ଏହାସହ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ତାରିଖ ଘୋଷଣା ହେଉ ହେଉ ଗୁଜରାଟର ଦ୍ୱିତୀୟ ବଡ ରାଜନୈତିକ ପାର୍ଟି ବା ବିରୋଧୀ ଦଳ ତାର ସଂକଳ୍ପପତ୍ର ଘୋଷଣା କରିଛି । ଏଥର ଦଳର ମଙ୍ଗ ଧରିଧିବା ମଲ୍ଲିକାର୍ଜୁନ ଖଡଗେ ତାରିଖ ଘୋଷଣା ହେଉ ହେଉ ନିଜର ମତ ରଖିଛନ୍ତି ।

Advertisment

ଖଡଗେ ଟ୍ୱିଟ କରି କହିଛନ୍ତି କି, ଗୁଜରାଟର ୮ କୋଟି ଲୋକ ପରିବର୍ତନ ପାଇଁ କେବଳ କଂଗ୍ରେସକୁ ବିକଳ୍ପ ଭାବେ ଚୟନ କରିଛନ୍ତି । ଏହାସହ ଦଳ ପକ୍ଷରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଯେଉଁ ପ୍ରତିଶ୍ରୁତି ବା ସଂକଳ୍ପ ପତ୍ର ଜାରି କରାଯାଇଛି ତାହାର ସୂଚାନ ଦେଇଛନ୍ତି ଖଡଗେ ।

ପ୍ରତିଶ୍ରୁତି ମୁତାବକ କଂଗ୍ରେସ ଗୁଜରାଟରେ କ୍ଷମତାକୁ ଫେରିଲେ ଲୋକମାନଙ୍କୁ ୫ ଶହ ଟଙ୍କାରେ ଏଲପିଜି ସିଲିଣ୍ଡର ଗ୍ୟାସ ଯୋଗାଇ ଦେବ । ଏହାସହ ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର ଭଳି ଗୁଜରାଟରେ ବି ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଅନ୍ୟପଟେ ସ୍ୱାସ୍ଥ୍ୟସେବାକତୁ ବି ଗୁରୁତ୍ୱ ଦେଇଛି କଂଗ୍ରେସ । ଦଳ କ୍ଷମତାକୁ ଆସିଲେ ପ୍ରତି ନାଗରିକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାି ଦେବାକୁ ସଂକଳ୍ପପତ୍ରରେ ଉଲ୍ଲେଖ କରିଛି ।

ଯଦି ଚାଷୀଙ୍କ ପ୍ରସଙ୍ଗକୁ ଆସିବା ତେବେ କଂଗ୍ରେସ ସଂକଳ୍ପପତ୍ରରେ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ଥିବା ଠିକା ନିଯୁକ୍ତିକୁ ସମାପ୍ତ କରିବ ବୋଲି କହିଛି କଂଗ୍ରେସ । ସେପଟେ ବେରୋଜଗାରୀ ଦେଶର ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ କଂଗ୍ରେସ କହିଛି କି ଯଦି ଗୁଜରାଟରେ ସେମାନଙ୍କ ଦଳ ସରକାର କରେ ତେବେ ପ୍ରତି ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ମାସିକ ୩୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରଦାନ କରିବ ।

ସେପଟେ ଆଜିର ସମରେ ଅବିଭାବକମାନେ ସେମାନଙ୍କ ପାଇଁ ଇଂରାଜୀ ମିଡିୟମ ସ୍କୁଲ ପସନ୍ଦ କରୁଥିବାରୁ ଏହାକୁ ବି ଫୋକସ କରିଛି ଦଳ । ଦଳ କହିଛି କି ରାଜ୍ୟରେ ୩ ହଜାର ସରକାରୀ ଇଂରାଜୀ ମିଡିୟମ ସ୍କୁଲ ଖୋଲାଯିବ ।

ଗୋପାଳକମାନଙ୍କୁ ଆକୃଷ୍ଟ କରିବାକୁ ଦଳ ସଂକଳ୍ପ ପତ୍ରରେ ପ୍ରତି କୋ- ଅପରେଟିଭ ସୋସାଇଟରେ ଦୁଗ୍ଧଚାଷୀମାନଙ୍କୁ ଲିଟର ପ୍ରତି ୫ ଟଙ୍କା ସବସିଡ୍ ଦେବାକୁ କହିଛି । ସବୁଠାରୁ ବଡକଥା କି କଂଗ୍ରେସ କହିଛି ଦଳ ଯଦି କ୍ଷମତାକୁ ଫେରେ ତେବେ କରୋନା ସଂକ୍ରମଣରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ୩ ଲକ୍ଷ ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।