ହାତରେ ନୁହେଁ, ଗୋଡରେ ଭୋଟ୍ ଦେଲେ ଯୁବକ । ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ । 

୨୦ ବର୍ଷ ତଳେ ଦୁର୍ଘଟଣାରେ ଯୁବକ ହରାଇଥିଲେ ଦୁଇଟି ଯାକ ହାତ 

82

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଗୁଜରାଟ । ଆଜି ୧୪ ଜିଲ୍ଲାର ୯୩ ବିଧାନସଭା ସିଟ୍ ପାଇଁ ଚାଲିଛି ମତଦାନ ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପର୍ଯ୍ୟନ୍ତ ଅନେକ ନେତା ଗୁଜରାଟ ବିଧାନସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆଉ ଏହାରି ଭିତରେ ନଜର ଆସିଛି କିଛି ନିଆରା ଚିତ୍ର ।

ଜଣେ ବ୍ୟକ୍ତି ହାତ ବଦଳରେ ନିଜ ଗୋଡରେ ଦେଇଛନ୍ତି ଭୋଟ୍ । ଆଉ ଦିବ୍ୟାଙ୍ଗ ହୋଇ ବି ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଗୁଜରାଟର ନଡିୟାଡ୍ ଅଞ୍ଚଳରୁ ଆସିଛି ଏମିତି ଖବର । ଅଙ୍କିତ ସୋନୀ ନାମକ ଜଣେ ଦିବ୍ୟାଙ୍ଗଙ୍କ ଦୁଇଟି ହାତ ନଥିବାରୁ ସେ ନିଜ ଗୋଡରେ ଭୋଟ୍ ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବା ଆରମ୍ଭ ହୋଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଙ୍କିତ କହିଛନ୍ତି, ୨୦ ବର୍ଷ ତଳେ ଏକ ଦୁର୍ଘଟଣାରେ ସେ ତାଙ୍କ ଦୁଇଟି ଯାକ ହାତ ହରାଇଥିଲେ । ହେଲେ ଏହାସତ୍ତେ୍ୱ ମଧ୍ୟ ସେ କେବେ ବି ଭୋଟଦାନରୁ ବିରତ ରହିନଥିଲେ । ରୀତିମତ ସେ ତାଙ୍କର ଭୋଟଦାନ ଅଧିକାର ସାବ୍ୟସ୍ତ କରିଆସିଥିଲେ । ଆଉ ଏବେ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ତାଙ୍କର ଅଧିକାର ସାବ୍ୟସ୍ତ କରିଛନ୍ତି ।