କନକ ବ୍ୟୁରୋ : ଆସନ୍ତାକାଲି ବ୍ରୋଂଜ ପାଇଁ ଖେଳିବ ଭାରତୀୟ ମହିଳା ହକି ଦଳ । କାଲିର ମ୍ୟାଚ୍ ଜିତିଲେ ଖେଳାଳିଙ୍କୁ ମିଳିବ ପୁରସ୍କାର । ଗୁଜରାଟର ହୀରା ବ୍ୟବସାୟୀ ସାବଜୀ ଢୋଲକିଆ ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ଯେଉଁ ଖେଳାଳିଙ୍କ ଘର ନାହିଁ, ସେମାନଙ୍କ ସ୍ୱପ୍ନର ଘର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ଏହା ସହ ଘର ଥିବା ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର କାର ପ୍ରଦାନ କରିବେ । ଏନେଇ ହୀରା ବ୍ୟବସାୟୀ ସାବଜୀ ଢୋଲକିଆ ଟ୍ୱିଟ୍ କରି କହିଛନ୍ତି । ମହିଳା ହକି ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ସାବଜୀ ଢୋଲକିଆ । ଢୋଲକିଆ ନିଜ କର୍ମଚାରୀଙ୍କୁ ଉପହାର ଦେବା ନେଇ ବେଶ ଜଣାଶୁଣା ।