ଯୁବନେତା ଜିଗ୍ନେଶ ମେୱାନୀ ଗିରଫ । ମୋଦୀଙ୍କ ବିରୋଧରେ ଦେଇଥିଲେ ଟିପ୍ପଣୀ

Advertisment
ଯୁବନେତା ଜିଗ୍ନେଶ ମେୱାନୀ ଗିରଫ । ମୋଦୀଙ୍କ ବିରୋଧରେ ଦେଇଥିଲେ ଟିପ୍ପଣୀ
କନକ ବ୍ୟୁରୋ: ଗୁଜରାଟ କଂଗ୍ରେସ ନେତା ଜିଗ୍ନେଶ ମେୱାନୀଙ୍କୁ ଆସାମ ପୁଲିସ ଗିରଫ କରିଛି। ତାଙ୍କୁ ପାଲନପୁର ସର୍କିଟ ହାଉସ୍‌ରୁ ଗତକାଲି ରାତି ୧୧ଟା ୩୦ରେ ପୁଲିସ ଗିରଫ କରିଛି। ଗୁଜରାଟର ଭଡଗାମର ବିଧାୟକ ଜିଗ୍ନେଶଙ୍କୁ ଆସାମକୁ ନିଆଯାଇଛି। ଗୋଟିଏ ବିବାଦୀୟ ଟ୍ୱିଟ୍‌ ପାଇଁ ତାଙ୍କୁ ଅଟକ ରଖାଯାଇଛି॥

ଜିଗ୍ନେଶଙ୍କ ବିରୋଧରେ ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ଧାରା୧୫୩-ଏ (ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢାଇବା), ୨୯୫-ଏ ଓ ଧାରା ୫୦୪(ଶାନ୍ତି ଭଙ୍ଗ କରିବା ତଥା ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେବା) ତଥା ଆଇଟି ଆକ୍ଟର ବିଭିନ୍ନ ଧାରା ଲାଗୁ କରାଯାଇ ମାମଲା ଦାଏର କରାଯାଇଛି  । ସୂଚନା ମୁତାବକ, ଜିଗ୍ନେଶଙ୍କୁ ସଡକ ମାର୍ଗରେ ଅହମଦାବାଦ ନିଆଯାଇଥିଲା । ସେଠାରୁ ତାଙ୍କୁ ଟ୍ରେନରେ ଆସାମ ଗୁଆହାଟୀ ନିଆଯାଇଥିଲା ।
ଜିଗ୍ନେଶ ବଡଗାଁଓରୁ ବିଧାୟକ ଅଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ଆପତ୍ତିଜନକ ଟ୍ୱିଟ କରିଥିଲେ  । ଏଥିରେ ମୋଦୀଙ୍କୁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କୁ ମୋଦୀଙ୍କ ଭଗବାନ୍ ବୋଲି ଅଭିହୀତ କରିବା ସହ ମୋଦୀ ଗୁଜୁରାଟରେ ସାମ୍ପ୍ରଦାୟିକ ସଂଘର୍ଷ ବିରୋଧରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ପାଇଁ ମୋଦୀ ରାଜ୍ୟବାସୀଙ୍କୁ ଅପିଲ କରିବା ଉଚିତ ବୋଲି ଜିଗ୍ନେଶ କହିଥିଲେ ।ଏହି ଟ୍ୱିଟକୁ ନେଇ ଜିଗ୍ନେଶଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଦାଏର କରାଯିବା ସହ ତାଙ୍କୁ ଗିରଫ କରିଛି ଆସାମ ପୋଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe