ଏବେ କଂଗ୍ରେସ ବିଧାୟକ ନୁହେଁ ପୁରା କଂଗ୍ରେସକୁ କିଣିବାକୁ ମୂଲ୍ୟ ସ୍ଥିର କଲେ ମୁଖ୍ୟମନ୍ତ୍ରୀ । କହିଲେ ୨୫ କୋଟି ଟଙ୍କାରେ କିଣାଯାଇ ପାରିବ ଗୁଜୁରାଟ୍ କଂଗ୍ରେସ

648

କନକ ବ୍ୟୁରୋ :  ଦେଶର ରାଜନୀତି ଏବେ କେତେ ନିଚ୍ଚ ସ୍ତରକୁ ଯାଇପାରେ ତାହା ଆପଣଙ୍କ ଆଶାର ବାହାରେ । ନିର୍ବାଚନ ପରେ ବା ସରକାର ଗଠନ ବେଳେ ଏବେ ବିଧାୟକ ଓ ସାଂସଦ କିଣା ବିକା ଗୋରୁ ହାଟରେ ଗୋରୁ କିଣା ବିକା ଠାରୁ ବି ଆହୁରି ଶସ୍ତା ହୋଇଛି । କେତେବେଳେ ବିଜେପି କଂଗ୍ରେସର ବିଧାୟକ କିଣି ସରକାର କରୁଛି ତ କେତେବେଳେ କଂଗ୍ରେସ ବିଜେପିର ବିଧାୟକ କିଣି ସରକାର କରୁଛି । ପୁଣି କେତେବେଳେ କିଣା ବିକାରେ ସଫଳ ନହେବାର ଆଶଂକା କରି ବିଧାୟକ ମାନଙ୍କୁ ଖୁଆଡରେ ରଖିବା ଭଳି ହୋଟେଲରେ ବନ୍ଦି କରି ରଖା ଯାଉଛି ।
ଏ ତ କେବଳ ବିଧାୟକ ମାନଙ୍କ କଥା ହେଲେ ଗୋଟିଏ ରାଜ୍ୟର ଗୋଟିଏ ରାଜନୈତିକ ଦଳ କିଣା ବିକ୍ରିର କଥା ଆପଣ ମାନେ କେବେ ଶୁଣି ନଥିେବେ । ଏବେ ପଢନ୍ତୁ ଗୁଜୁରାଟ କଂଗ୍ରେସର ଦର କେତେ । କେତେ ଟଙ୍କା ହେଲେ ଗୁଜୁରାଟ କଂଗ୍ରେସକୁ ବିଜେପି କିଣି ପାରିବ । ସେ ନେଇ ସମ୍ପୁର୍ଣ୍ଣ ତଥ୍ୟ ରଖିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ଶ୍ରୀ ରୂପାନୀ କହିଛନ୍ତି କି ମୋଟ ୨୫ କୋଟି ଟଙ୍କା ହେଲେ ଗୁଜୁରାଟ କଂଗ୍ରେସକୁ କିଣାଯାଇ ପାରିବ ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଜି (ଗୁରୁବାର) ଏକ ରାଲିରେ କହିଛନ୍ତି କି ବର୍ତମାନ କଂଗ୍ରେସ ପାଖରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଦେଖିବାକୁ ମିଳୁନାହିଁ । ସେମାନେ କେବଳ ଶାସକ ଦଳ ଉପରେ ଆରୋପ ଲଗାଇବାରେ ବ୍ୟସ୍ଥ ରହିଛନ୍ତି । ସେ ଏହି ପରିପେକ୍ଷୀ ଏକଥା କହିଛନ୍ତି କି ବିଜେପି ନିର୍ବାଚନରେ ଅନୈତିକ କାରବାର କରୁଛି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି ।
ଗୁଜୁରାଟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ରୂପାନୀ ଜନସଭାକୁ ସମ୍ବୋଦ୍ଧିତ କରିବା ବେଳେ ଏଭଳି କହିଛନ୍ତି । ବର୍ତମାନ ଯେଉଁ କଂଗ୍ରେସ ଭାରତୀୟ ମାନେ ଦେଖୁଛନ୍ତି ତାହା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର କଂଗ୍ରେସ ନୁହେଁ ଏହା ରାହୁଲ ଗାନ୍ଧୀଙ୍କର କଂଗ୍ରେସ ବୋଲି ସେ କହିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କର୍ଜନ ବିଧାନସଭା କ୍ଷେତ୍ରରେ କଂଗ୍ରେସର ପୂର୍ବତନ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କାରେ କିଣି ଟିକେଟ ଦେଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା । ଏହା ଉପରେ ପ୍ରତିକ୍ରୀୟା ଦେବାକୁ ଯାଇ ରୂପାନୀ କହିଥିଲେ କି କଂଗ୍ରେସ ନିଜ ବିଧାୟକ ମାନଙ୍କର ସମ୍ମାନ କରିବା ଜାଣିନାହିଁ । ଗୋଟିଏ ବିଧାୟକ ନୁହେଁ ୨୫ କୋଟି ଟଙ୍କାରେ ଗୁଜୁରାଟ ର କଂଗ୍ରେସ ପାର୍ଟିକୁ କିଣାଯାଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅନ୍ୟପଟେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ରୂପାନୀ କହିଥିଲେ କି କୋଭିଡ- ୯ ମହାମାରୀ ବେଳେ ଗୁଜୁରାଟ ସରକାର ଏବେ ଭଗବାନଙ୍କ ଭରଶାରେ ବସିଛି ।