କନକ ବ୍ୟୁରୋ : ଗୁଜରାଟରେ ବଡ ବଜୟର ଦାବି କରୁଥିବା ଆମ୍ ଆଦମୀ ପାର୍ଟି ଦୟନୀୟ ପରିସ୍ଥିତିର ସମ୍ନା କରିଛି । ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଥିବା ଇସୁଦାନ ଗଡଭୀ ନିଜେ ପରାଜିତ ହୋଇଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ ପରାଜିତ କରିଛନ୍ତି । ଏହାସହ ଏହି ପରାଜୟର ବ୍ୟବଧାନ ମଧ୍ୟ ଅଧିକ ରହିଛି । ଖମ୍ବାଲିଆ ବିଧାନସଭା ଆସନରୁ ସେ ପ୍ରତିଦ୍ୱନ୍ଦୀତା କରୁଥିଲେ ।

Advertisment

କେବଳ ଇସୁଦିନ ଗଡଭୀ ନୁହଁନ୍ତି ଦଳର ଅନ୍ୟ ୨ ଜଣ ବଡନେତା ମଧ୍ୟ ପରାଜିତ ହୋଇଛନ୍ତି । ପଟିଦାର ଆନ୍ଦୋଳନର ବଡ ଚେହେରା କୁହାଯାଉଥିବା ଅଳ୍ପେଶ କଥିରିୟା ଓ ଦଳର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲିଆଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି ।

ଦଳ ତରଫରୁ ପଟିଦାର ସଂପ୍ରଦାୟର ଗଡ କୁହାଯାଉଥିବା ବରାଚ୍ଛା ଆସନରୁ ଅଳ୍ପେଶ କଥିରିୟା ପରାଜିତ ହୋଇଥିବା ବେଳେ କତରଗାମ ଆସନରୁ ଲଢୁଥିବା ଗୋପାଳ ଇଟାଲିଆଙ୍କର ମଧ୍ୟ ପରାଜୟ ହୋଇଛି ।