ପୁରା କ୍ୟାବିନେଟ୍ ବଦଳାଇବା ନେଇ ଗୁଜୁରାଟ ବିଜେପିରେ ବିବାଦ, ସଂନ୍ଧ୍ୟାକୁ ଘୁଞ୍ଚିଲା ଶପଥ ଗ୍ରହଣ

Advertisment
ପୁରା କ୍ୟାବିନେଟ୍ ବଦଳାଇବା ନେଇ ଗୁଜୁରାଟ ବିଜେପିରେ ବିବାଦ, ସଂନ୍ଧ୍ୟାକୁ ଘୁଞ୍ଚିଲା ଶପଥ ଗ୍ରହଣ

କନକ ବ୍ୟୁରୋ : ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶପଥ ନେବା ପରେ ଆଜି କ୍ୟାବିନେଟ ଗଠନ ହୋଇପାରେ । ହେଲେ ଏବେ କ୍ୟାବିନେଟ ଅଦଳ ବଦଳ ନେଇ ବିଜେପି ଭିତରେ କନ୍ଦଳ ଆରମ୍ଭ ହୋଇଛି । କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହେବା ନେଇ ପୁରୁଣା ନେତାମାନେ ବିବାଦ ଆରମ୍ଭ କରିଥିବା ଜଣାପଡିଛି । ପ୍ରଥମ କୁହାଯାଇଥିଲା କି ଦ୍ୱିପ୍ରହରରେ ମନ୍ତ୍ରୀମାନେ ଶପଥ ନେବେ , ହେଲେ କିଛି ବିବାଦକୁ ନଜର କରି ଏହି ଶପଥ ଗ୍ରହଣ ଉତ୍ସବକୁ ସଂନ୍ଧ୍ୟାକୁ ଘୁଞ୍ଚାଇ ଦିଆଯାଇଛି । ସୂଚନା ମୁତାବକ ଭୂପେନ୍ଦ୍ର ପଟେଲ ପୁରା କ୍ୟାବିନେଟ ବଦଳାଇବାକୁ ଚାହୁଁଥିବା ବେଳେ ଏହାକୁ ନେଇ ଅନ୍ତଃକନ୍ଦଳ ବଢିବାରେ ଲାଗିଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୁରା ୯୦ ପ୍ରତିଶତ ମନ୍ତ୍ରୀଙ୍କୁ ବିଦା କରାଯିବ । ଜଣେ କିମ୍ବା ୨ ଜଣ ପୁରୁଣା ମନ୍ତ୍ରୀ ଙ୍କୁ ଦ୍ୱିତୀୟ ଥର ମନ୍ତ୍ରୀପଦ ମିଳିପାରେ । ସୂଚନା ମୁତାବକ ଆଜି (ବୁଧବାର) ୨୧ ରୁ ୨୨ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ମନ୍ତ୍ରୀମଣ୍ଡଳରେ ନୂଆ ଚେହେରାଙ୍କୁ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଏହାସହ ମନ୍ତ୍ରୀମଣ୍ଡଳରେ ମହିଳା ବିଧାୟକଙ୍କୁ ଗୁରୁତ୍ୱ ଦେବା ଉପରେ ବି ଗୁରୁତ୍ୱ ଦେଉଛନ୍ତି ଶ୍ରୀ ପଟେଲ ।

କହିରଖୁ କି ଏକ ନାଟକୀୟ ଢଙ୍ଗରେ ହଠାତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବିଜୟ ରୂପାଣୀ ଇସ୍ତଫା ଦେବା ପରେ ପୁରୁଖା ନେତା ନିତୀନ ପଟେଲ,ଭୂପେନ୍ଦ୍ର ସିଂ ଚୁଡାସ୍ମା, ଆରସି ଫାଲ୍ଦୁଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଲୋଚନା କରୁଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଦୌଡରେ ନଥିବା ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିଧାୟକଦଳ ବୈଠକରେ ନିଷ୍ପତ୍ତି ହେବା ପରେ ଏମାନଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଏବେ ବିବାଦ ଦେଖା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe