କନକ ବ୍ୟୁରୋ: ଗୁଜରାଟ ଅମରୋଲିରେ ବିଜେପି ବିଧାୟକଙ୍କ ଭାରୀ ପ୍ରଶଂସା ହେଉଛି । କାରଣ ୩ଜଣଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ପାଣି ଛଡେଇ ସିଧା ସମୁଦ୍ରକୁ ଡେଇଁପଡିଲେ ବିଧାୟକ । ପ୍ରାଣପଣେ ଚେଷ୍ଟା କରି ୩ ଜଣ ଯୁବକଙ୍କ ଜୀବନ ଞ୍ଚବଞ୍ଚାଇପାରିଥିବାବେଳେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ବୁଧବାର ଦ୍ୱିପହର ସମୟରେ ୪ଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗଭୀର ପାଣିକୁ ଯିବା ପରେ ଢେଉରେ ସମୁଦ୍ରରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ରାଜୁଲା ବିଧାୟକ ହୀରା ସୋଲଙ୍କିଙ୍କୁ ଖବର ଦେଇଥିଲେ । ଏହାପରେ ବିଧାୟକ ଏକ ଉଦ୍ଧାରକାରୀ ଡଙ୍ଗା ନେଇ ସମୁଦ୍ର ଭିତରକୁ ଯାଇଥିଲେ ଏବଂ ଯୁବକଙ୍କୁ ବଞ୍ଚାଇବାକୁୁ ନିଜେ ସମୁଦ୍ର ଭିତରକୁ ଡେଇଁପଡିଥିଲେ । ୩ଜଣ ଯୁବକଙ୍କ ଜୀବନ ବଞ୍ଚିପାରିଥିବାବେଳେ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ବିଧାୟକ ହୀରା ସୋଲଙ୍କିଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/4.jpg)