କନକ ବ୍ୟୁରୋ : ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ପ୍ରଦାନ କରାଯାଇନାହିଁ । ସୂତ୍ର ସୂଚନା ମୁତାବକ ଏହି ୪ ଜଣ ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଏହି ଆତଙ୍କବାଦୀଙ୍କ କନେକସନ ଶ୍ରୀଲଙ୍କା ସହ ଜଡିତ ବୋଲି ମଧ୍ୟ କୁହାଯାଇଛି । ଏହି ୪ ଜଣ ଆତଙ୍କବାଦୀ ଅହମ୍ମଦାବାଦ ଆସୁଥିବାର ସୂଚନା ମିଳିଥିଲା । କେନ୍ଦ୍ରୀୟ ଏଜେନ୍ସି ଗୁଜରାଟ ଏଟିଏସ ସହ ଯୋଗା ଯୋଗ କରି ସେମାନଙ୍କୁ ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ କରାଯାଇଛି ।

Advertisment

ସୂତ୍ର ସୂଚନା ମୁତାବକ ଗୁଜରାଟ ଏଟିଏସ ଏହି ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରି ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି । ଆତଙ୍କବାଦୀମାନେ କେଉଁ ଉଦ୍ଦେଶ୍ୟରେ ଅହମ୍ମଦାବାଦ ଏୟାରପୋର୍ଟକୁ ଆସିଥିଲେ ତାହା ଉପରେ ଜେରା ଚାଲିଛି । ଆତଙ୍କବାଦୀଙ୍କ ଠାରୁ ଯେଉଁ ଟିକେଟ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି କି, ସେମାନେ ପ୍ରଥମେ ଚେନ୍ନାଇ ଆସିଥିଲେ । ଇସଲାମିକ୍ ଷ୍ଟେଟର ଏହି ୪ ଜଣ ଆତଙ୍କବାଦୀ କଲମ୍ବୋରୁ ପ୍ରଥମେ ତାମିଲନାଡୁ , ପୁଣି ତାମିଲନାଡୁର ଅହମ୍ମଦାବାଦ ଆସିଥିଲେ ।