ଶପଥ ଗ୍ରହଣ ପୂର୍ବରୁ ପଦାରେ ପଡିଲା ଗୁଜୁରାଟ ବିଜେପିର କନ୍ଦଳ, ବାଚସ୍ପତିଙ୍କ ଇସ୍ତଫା

103

କନକ ବ୍ୟୁରୋ : ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟ ବିଜେପିରେ ସବୁ କିଛି ଠିକ ଠାକ ଚାଲିନାହିଁ । ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓ ଆଜି ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ହେଲେ ତାହା ପୂର୍ବରୁ ଗୁଜୁରାଟ ବିଧାନସଭାର ବାଚସ୍ପତି ତଥା ବିଜେପି ବିଧାୟକ ରାଜେନ୍ଦ୍ର ତ୍ରିବେଦୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଗୁଜୁରାଟ ବିଧାନମଣ୍ଡଳ ସଚିବାଳୟରେ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫାପତ୍ରକୁ ବି ତକ୍ରାଳ ସ୍ୱିକାର କରାଯାଇଛି ।

ଅନ୍ୟପଟେ ଆଜି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଆରମ୍ଭ ହୋଇଛି । ଏଥିରେ ୨୭ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି ଓ ପ୍ରାୟ ସମସ୍ତ ପୁରୁଣା ମନ୍ତ୍ରୀମାନଙ୍କୁ ପଦରୁ ହଟାଇ ଦିଆଯାଇଛି । ଦଳ ସ୍ପଷ୍ଟ କରିଛି କି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବି ନୂଆ ହେବାକୁ ଯାଉଛି । ଏହାସହ କୁହାଯାଇଛି କି, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବି ଚାହୁଁଥିଲେ କି ନୂଆ ବିଧାୟକମାନେ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୁଅନ୍ତୁ । ଏହାସହ ପୁରୁଣା ମନ୍ତ୍ରୀମଣ୍ଡଳ ତୁଳନାରେ ନୂଆ ମନ୍ତ୍ରୀମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି କରାଯାଇଛି ।