କନକ ବ୍ୟୁରୋ: ଗୁଜରାଟ ଏବଂ ହିମାଚଳପ୍ରଦେଶରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ । ନିର୍ବାଚନ ଆୟୋଗ ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିପାରନ୍ତି । ତେବେ ଆଶା କରାଯାଉଛି ଡିସେମ୍ବର ମାସରେ ନିର୍ବାଚନ ହେବ । ନିକଟରେ ସେପ୍ଟେମ୍ବରରେ ନିର୍ବାଚନ ଆୟୋଗର ଏକ ଟିମ୍ ହିମାଚଳପ୍ରଦେଶ ଏବଂ ଗୁଜୁରାଟ ଗସ୍ତ କରିଥିଲେ । ସେଠାରେ ଦୁଇ ରାଜ୍ୟର ନିର୍ବାଚନ ବ୍ୟବସ୍ଥାର ତଦାରଖ କରିବା ସହ ଆଲୋଚନା କରିଥିଲେ ।

Advertisment

ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏବଂ ନିର୍ବାଚନ କମିଶନ ଅନୁପ ଚନ୍ଦ୍ର ପାଣ୍ଡେ ହିମାଚଳପ୍ରଦେଶ ଏବଂ ଗୁଜୁରାଟ ଗସ୍ତରେ ଯାଇଥିଲେ । ହିମାଚଳପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଗୁଜରାଟରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ହିମାଚଳପ୍ରଦେଶ ଏବଂ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ୨୦୨୩ ଜାନୁଆରୀ ୮ ଏବଂ ଫେବ୍ରୁଆରୀ ୨୩ରେ ଶେଷ ହେଉଛି ।