ଜେଲରେ ‘ଆପ୍’ର ଷ୍ଟାର ପ୍ରଚାରକ । ୪୦ ଜଣିଆ ଲିଷ୍ଟରେ ଅଛନ୍ତି କେଜ୍ରିୱାଲ, ସିସୋଦିଆ ଏବଂ ସତେନ୍ଦ୍ର ଜୈନ ।

Advertisment
ଜେଲରେ ‘ଆପ୍’ର ଷ୍ଟାର ପ୍ରଚାରକ । ୪୦ ଜଣିଆ ଲିଷ୍ଟରେ ଅଛନ୍ତି କେଜ୍ରିୱାଲ, ସିସୋଦିଆ ଏବଂ ସତେନ୍ଦ୍ର ଜୈନ ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଗୁଜରାଟ ପାଇଁ ଦଳ ଏହି ୪୦ ଜଣିଆ ଲିଷ୍ଟ ଘୋଷଣା କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦଳ ଘୋଷଣା କରିଥିବା ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ନାମ ରହିଛି । ଏହି ତିନି ନେତା ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ତିହାର ଜେଲରେ ଅଛନ୍ତି । ଖାଲି ସେତିକି ନୁହେଁ ଏହି ଷ୍ଟାର ପ୍ରଚାରକ ଲିଷ୍ଟରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ନାମ ମଧ୍ୟ ରହିଛି । ତା ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ରାଘବ ଚଢା, ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶୀଙ୍କ ନାମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe