ଗିନିଜ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଖୁସି ଖବର ଦେଲେ ୫-ଟି ସଚିବ

291

କନକ ବ୍ୟୁରୋ : ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପକ୍କା କରିଛି ।

ଏ ନେଇ ଶନିବାର ୫-ଟି ସଚିବ ଭିକେ ପାଣ୍ଡିଆନ ଇନଷ୍ଟଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଖୁସୀ ବାଣ୍ଟିବା ବେଳର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୫-ଟି ସଚିବ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଏହି ଖୁସି ଖବର ଦେଇଛନ୍ତି । ଆଉ ଏ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉଲ୍ଲସିତ ହୋଇ ଏହା ରାଜ୍ୟ ପାଇଁ ଖୁସୀ ଖବର ବୋଲି କହିଥିଲେ ।