ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।

202

କନକ ବ୍ୟୁରୋ : ମାଟ୍ରିକ, +୨ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ଅଭିଭାବକଙ୍କ ଲିଖିତ ଅନୁତମତି ପରେ ହଷ୍ଟେଲରେ ରହିବାକୁ ମିଳିବ ଅନୁମତି । ସେହିପରି ଜାନୁଆରୀ ୮ରୁ ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରି ସରିଛନ୍ତି ସରକାର । ଏବେ ହଷ୍ଟେଲ ଖୋଲିବା ନେଇ କଲେ ଘୋଷଣା ।

ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାର ମିଳିବ । ହଷ୍ଟେଲରେ ପ୍ରବେଶ ପୂର୍ବରୁ ପ୍ରତି ପିଲାଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ପିଲାଙ୍କୁ ହିଁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ ।

କୌଣସି ଅଜଣା ଲୋକଙ୍କୁ ହଷ୍ଟେଲକୁ ଛଡାଯିବ ନାହିଁ । ପିଲା ଓ ହଷ୍ଟେଲ କର୍ମଚାରୀଙ୍କ ସବୁଦିନ ସ୍କ୍ରିନିଂ କରାଯିବ । ସମସ୍ତଙ୍କର ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ତେବାସୀ କୌଣସି ସଫେଇ କାମ କରିବେ ନାହିଁ ବୋଲି ଏସଓପିରେ କୁହାଯାଇଛି ।