କନକ ବ୍ୟୁରୋ : ମାଟ୍ରିକ, +୨ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ଅଭିଭାବକଙ୍କ ଲିଖିତ ଅନୁତମତି ପରେ ହଷ୍ଟେଲରେ ରହିବାକୁ ମିଳିବ ଅନୁମତି । ସେହିପରି ଜାନୁଆରୀ ୮ରୁ ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରି ସରିଛନ୍ତି ସରକାର । ଏବେ ହଷ୍ଟେଲ ଖୋଲିବା ନେଇ କଲେ ଘୋଷଣା ।
ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାର ମିଳିବ । ହଷ୍ଟେଲରେ ପ୍ରବେଶ ପୂର୍ବରୁ ପ୍ରତି ପିଲାଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ପିଲାଙ୍କୁ ହିଁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ ।
କୌଣସି ଅଜଣା ଲୋକଙ୍କୁ ହଷ୍ଟେଲକୁ ଛଡାଯିବ ନାହିଁ । ପିଲା ଓ ହଷ୍ଟେଲ କର୍ମଚାରୀଙ୍କ ସବୁଦିନ ସ୍କ୍ରିନିଂ କରାଯିବ । ସମସ୍ତଙ୍କର ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ତେବାସୀ କୌଣସି ସଫେଇ କାମ କରିବେ ନାହିଁ ବୋଲି ଏସଓପିରେ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/01/20-1.jpg)