କନକ ବ୍ୟୁରୋ: ବିଏମସି ପକ୍ଷରୁ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି । ନଭେମ୍ବର ୧ ତାରିଖରୁ ଲାଗୁ ହେବ ଏହି ନୂଆ ମାର୍ଗଦର୍ଶିକା । ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ୨୫୦ ଲୋକଙ୍କୁ ଅନୁମତି ମିଳିଛି । ପୂର୍ବରୁ ବିବାହରେ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ କଟକଣାକୁ କୋହଳ କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ଖୋର୍ଦ୍ଧାରେ ଅଧିକ ରହୁଛି । ଭୁବନେଶ୍ୱରରେ ୧୦୦ ଉପରେ ରହୁଛି ଆକ୍ରାନ୍ତ ସଂଖ୍ୟା । ଏହାରି ମଧ୍ୟରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ବିଏମସି । ଗତ ମାସରେ ପାର୍ବଣ ଯୋଗୁଁ କଟକଣାକୁ କଡାକଡି କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/2-58.jpg)