କନକ ବ୍ୟୁରୋ : ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଏଥର ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତି । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା । ପୂଜା ପାଇଁ ନିୟମକୁ ସାମାନ୍ୟ କୋହଳ କରାଯାଇଛି । ୧୦ଟା ପରିବର୍ତେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଛି । ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ବର୍ଷାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ରାସ୍ତାଘାଟର ମରାମତି ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ୫କୋଟି ୩୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ସହରରେ ହେଉଥିବା ପୂଜା ଓ ଭସାଣ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଲାଇସେନ୍ସ ପାଇବାରେ ସମସ୍ୟା ହେବ ନାହିଁ । ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭୁବନେଶ୍ୱରର ତିନି ବିଧାୟକ, ଅଗ୍ନିଶମ, ୱାଟ୍କୋ, ଟାଟା ପାୱାର ଓ ଟ୍ରାଫିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।