ଆସିଲା ଅନଲକ୍-୩ ଗାଇଡଲାଇନ୍ । ଖୋଲିବ ଜିମ୍, ଅଗଷ୍ଟରୁ ହଟିବ ନାଇଟ କର୍ଫ୍ୟୁ ।

1,764

କନକ ବ୍ୟୁରୋ : ଅନଲକ୍-୩ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ନଜର ପକାନ୍ତୁ ନୂଆ ମାର୍ଗଦର୍ଶିକାରେ କ’ଣ କ’ଣ ରହିଛି ନୂଆ ନିୟମ ।

ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ହଟିବ ରାତ୍ରୀକାଳୀନ କର୍ଫ୍ୟୁ ।
ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ।
ଜିମ୍ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।
ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।
ସାମାଜିକ ଦୂରତା ଓ ମାସ୍କ ସହ ସ୍ୱାଧୀନତା ଦିବସ ପାଳନ କରାଯିବ ।
କେବଳ ବନ୍ଦେ ଭାରତ ମିଶନରେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ।
ଧିରେ ଧିରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଅନୁମତି ମିଳିବ । ଖୋଲିବ ଜିମ୍, ପୂର୍ବଭଳି ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍, ପାର୍କ, ବାର୍ ।