କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପାଳନ ହେବ  ସ୍ୱାଧୀନତା ଦିବସ । ଏଥିପାଇଁ ଗୃହବିଭାଗ ପକ୍ଷରୁ ସବୁ ଜିଲ୍ଲପାଳ ଓ ଏସପିଙ୍କୁ  ଚିଠି ଲେଖାଯାଇଛି । କରୋନା କଟକଣା ନିମୟକୁ ମାନି ଏଥରର ସ୍ୱାଧୀନତା ଦିବସ ପାଳନ ହେବ ।  ସକାଳ ୯ଟା ପରେ ମୁଖ୍ୟଅତିଥି  ଜାତୀୟ ପତାକା ଉତ୍ତୋଳନ କରିପାରେ । ତାପରେ  ଜାତୀୟ ସଙ୍ଗୀତ ଗାନ କରାଯିବ । ଏଥର କୌଣସି ପ୍ରକାରର ପରେଡ କିମ୍ବା ମାର୍ଚପାଷ୍ଟ ହେବନାହିଁ ।  ସେହିଭଳି ସ୍ୱାଧୀନତା ଦିବସରେ ସାଧାରଣ ଲୋକ ବି ସାମିଲ ହୋଇପାରିବେ ନାହିଁ ।  ଉତ୍ସବରେ ସୀମିତ ସଂଖ୍ୟକ ୫୦ରୁ ୭୫ ଅତିଥିଙ୍କୁ ସାମିଲ ହେବାକୁ  ଅନୁମତି ଦିଆଯାଇଛି ।

Advertisment

ଏମାନଙ୍କ ମଧ୍ୟରେ ରହିବେ ୧୫ରୁ ୨୦ କୋଭିଡ ଯୋଦ୍ଧା ।  ଉତ୍ସବ ପାଳନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।  ଉତ୍ସବସ୍ଥଳକୁ ଭଲଭାବେ ସାନିଟାଇଜ କରାଯିବ ଓ ପ୍ରବେଶ ପଥରେ ସାନିଟାଇଜର ରଖାଯିବ । ଉତ୍ସବ ପାଇଁ ବୃକ୍ଷରୋପଣ, ଅନଲାଇନରେ ପ୍ରବନ୍ଧ ଓ କ୍ୱିଜ ପ୍ରତିଯୋଗିତାକୁ ଅନୁମତି ଦିଆଯାଇଛି ।