କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପାଳନ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ଗୃହବିଭାଗ ପକ୍ଷରୁ ସବୁ ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । କରୋନା କଟକଣା ନିମୟକୁ ମାନି ଏଥରର ସ୍ୱାଧୀନତା ଦିବସ ପାଳନ ହେବ । ସକାଳ ୯ଟା ପରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରିପାରେ । ତାପରେ ଜାତୀୟ ସଙ୍ଗୀତ ଗାନ କରାଯିବ । ଏଥର କୌଣସି ପ୍ରକାରର ପରେଡ କିମ୍ବା ମାର୍ଚପାଷ୍ଟ ହେବନାହିଁ । ସେହିଭଳି ସ୍ୱାଧୀନତା ଦିବସରେ ସାଧାରଣ ଲୋକ ବି ସାମିଲ ହୋଇପାରିବେ ନାହିଁ । ଉତ୍ସବରେ ସୀମିତ ସଂଖ୍ୟକ ୫୦ରୁ ୭୫ ଅତିଥିଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି ।
ଏମାନଙ୍କ ମଧ୍ୟରେ ରହିବେ ୧୫ରୁ ୨୦ କୋଭିଡ ଯୋଦ୍ଧା । ଉତ୍ସବ ପାଳନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ସବସ୍ଥଳକୁ ଭଲଭାବେ ସାନିଟାଇଜ କରାଯିବ ଓ ପ୍ରବେଶ ପଥରେ ସାନିଟାଇଜର ରଖାଯିବ । ଉତ୍ସବ ପାଇଁ ବୃକ୍ଷରୋପଣ, ଅନଲାଇନରେ ପ୍ରବନ୍ଧ ଓ କ୍ୱିଜ ପ୍ରତିଯୋଗିତାକୁ ଅନୁମତି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/16-11.jpg)