ଏକ୍ସପାଏରୀ ଔଷଧକୁ ନେଇ ଆସିଲା ମାର୍ଗଦର୍ଶିକା । ପ୍ରତିଦିନ ଏକ୍ସପାଏରୀ ତାରିଖ ଯାଞ୍ଚ କରିବେ ମେଡିସିନ୍ ଷ୍ଟୋର ।

217

କନକ ବ୍ୟୁରୋ: ଏକ୍ସପାୟାରୀ ମେଡିସିନର ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ସବୁ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ କଲେଜର କର୍ତ୍ତୁପକ୍ଷମାନଙ୍କୁ ଏନେଇ ଚିଠି ଲେଖାଯାଇଛି । ପ୍ରତି ଔଷଧର ଏକ୍ସପାୟାରୀ ତାରିଖକୁ ଭଲ ଭାବେ ଲେଖାଯିବା ଦରକାର । ଡ୍ରଗ ଷ୍ଟୋରକୁ ଔଷଧ ନିଆଗଲା ବେଳେ ଉଭୟ ଅନଲାଇନ ଓ ଅଫଲାଇନରେ ଏକ୍ସପାୟାରୀ ତାରିଖ ନେଇ ତଥ୍ୟ ରହିବ ।

ପ୍ରତିଦିନ ସବୁ ଔଷଧ ଗୁଡ଼ିକର ଏକ୍ସପାୟାରି ଡେଟ୍ ଯାଞ୍ଚ ହେବ, ଆଉ ଯେଉଁସବୁ ଔଷଧର ଆଗାମୀ ତିନିମାସ ମଧ୍ୟରେ ବ୍ୟବହାର ଅବଧି ସରିଯିବ, ସେବସୁକୁ ଅଲଗା ଭାବେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି ଜରୁରୀ ସ୍ଥିତିରେ କୌଣସି ଔଷଧ ଆବଶ୍ୟକ ହୁଏ ଓ ଏହାର ବିକଳ୍ପ ନମିଳେ, ତାହେଲେ ସମ୍ପୃକ୍ତ ଔଷଧକୁ ଅବଧି ସରିବା ଯାଏଁ ବ୍ୟବହାର କରାଯାଇପାରିବ । ଏହାସହ ପ୍ରତି ଔଷଧ ବଂଟନ ବେଳେ ଏହାର ଏକ୍ସପାୟାରୀ ତାରିଖ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ଏଥିସହ ପ୍ରତିମାସ ଔଷଧ ଗୁଡ଼ିକର କଡାକଡି ଅନୁଧ୍ୟାନ କରିବେ ଔଷଧ ଯାଞ୍ଚ କମିଟି ।