ଦେଶରେ ଜୁନ୍ ୧ରୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ । ଆଜିଠୁ ଆରମ୍ଭ ହେଲା ଅନଲାଇନ ଟିକେଟ୍ ବୁକିଂ, ସେପଟେ ସର୍ତ୍ତ ସହ ମେ’ ୨୫ରୁ ଉଡ଼ିବ ଘରୋଇ ବିମାନ ।

377

କନକ ବ୍ୟୁରୋ: ଜୁନ୍ ୧ ତାରିଖରୁ ଦେଶରେ ରେଳ ସେବା ଆରମ୍ଭ ହେଉଥିବା ବେଳେ ଗୁରୁବାର ଅନଲାଇନରେ ଟିକେଟ୍ ବୁକିଂ ହୋଇଛି । ଆଉ ବଡ କଥା ହେଉଛି, ମାତ୍ର ଘଂଟାକ ଭିତରେ ଦେଢ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । ଆଉ ଦୁଇରୁ ଅଢେଇ ଘଂଟା ଭିତରେ ସେକେଣ୍ଡ କ୍ଲାସ୍ ପାସେଂଜର୍ ଟ୍ରେନ୍ ପାଇଁ ୪ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ୨-୩ଦିନ ମଧ୍ୟରେ ଷ୍ଟେସନ କାଉଂଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଯିବ । ହେଲେ ଏଥର ଜେନେରାଲ ବଗିରେ ଯାତ୍ରା କଲେ ମଧ୍ୟ କନଫର୍ମ ଟିକେଟ୍ ବୁକ୍ କରିବାକୁ ପଡିବ ।

ଜୁନ୍ ୧ରୁ ଗଡିବ ୨ ଶହ ଯାତ୍ରୀବାହୀ ଟ୍ରେନ
ଆଇଆରସିଟିସିରେ ଆରମ୍ଭ ହେଲା ଟିକେଟ୍ ବୁକିଂ
ଅଢ଼େଇ ଘଣ୍ଟାରେ ବିକ୍ରି ହେଲା ୪ ଲକ୍ଷ ଟିକେଟ୍

ମେ’ ୨୫ରୁ ଦେଶରେ ଉଡି଼ବ ବିମାନ
ଏସଓପି ଜାରି କଲେ କେନ୍ଦ୍ର ସରକାର
କଡ଼ା ନିୟମ ମାନିବେ ଯାତ୍ରୀ, କର୍ମଚାରୀ

ଦୁଇମାସରୁ ଅଧିକ ଦିନ ବନ୍ଦ ରହିବା ପରେ ମେ’ ୨୫ରୁ ଦେଶରେ ଉଡିବ ବିମାନ । ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ନୀତି ନିୟମ ମାନିବାକୁ ପଡିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର, ଏସଓପି ଜାରି ହୋଇଛି ।

– ଉଡାଣର ୨ ଘଂଟା ପୂର୍ବରୁ ଯାତ୍ରୀ ବିମାନବନ୍ଦରରେ ପହଂଚିବେ
– ୪ ଘଂଟା ଭିତରେ ବିମାନ ଧରିବାକୁ ଥିବା ଯାତ୍ରୀ ହିଁ ଟର୍ମିନାଲ ଭିତରକୁ ପ୍ରବେଶ କରିପାରିବେ
– ଟର୍ମିନାଲରେ ପ୍ରବେଶ ପୂର୍ବରୁ ଯାତ୍ରୀ ଗ୍ଲୋବ୍ସ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
– ଯାତ୍ରୀ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରି ପଞ୍ଜିକୃତ କରିବେ
– ଅବରୋଧ ଅଂଚଳରୁ କୌଣସି ଯାତ୍ରୀ ବିମାନରେ ବସିପାରିବେ ନାହିଁ
– ଗୋଟିଏ ହ୍ୟାଣ୍ଡବ୍ୟାଗ ସହ ଗୋଟିଏ ଲଗେଜ ନେବାକୁ ଅନୁମତି ମିଳିବ

ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଥିବାବେଳେ ଘରୋଇ ବିମାନ ଉଡାଣକୁ ଅନୁମତି ମିଳିଛି । ସେପଟେ ରେଳ ସେବା ଆରମ୍ଭ ହେଲେ ତାଲାବନ୍ଦ କଟକଣା ପାଇଁ ଅନ୍ୟସ୍ଥାନରେ ଫଶି ରହିଥିବା ଲୋକେ ଏଥର ନିଜ ଘରକୁ ଫେରି ପାରିବେ ।